ଗୋପାଳପୁରରେ ବିଜେଡ଼ିର ସାଙ୍ଗଠନିକ ବୈଠକ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଖଜୁରିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବୈଠକରେ ତୀବ୍ର ଭର୍ତ୍ସନା କରାଯାଇଥିଲା। ଜନ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ଦଳରୁ ବିତାଡିତ କରିବା ଏବଂ ଗିରଫ କରାଯାଇଥିବା ଯୋଗୁଁ ବୈଠକରେ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ପ୍ରଶଂସା କରାଯାଇଥିଲା। ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଗଞ୍ଜାମ ଜିଲା ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଯୋଗ ଦେଇଥିଲେ।

Comments are closed.