ଷ୍ଟୋଭ ଫାଟି ଦମ୍ପତି ଗୁରୁତର, କଟକ ସ୍ଥାନାନ୍ତର

ଗୋଊ: ଗୋପାଳପୁର ନୂଆସାହି ରେ ରହୁଥିବା ଏକ ଦମ୍ପତ୍ତି ଷ୍ଟୋଭ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ କଟକ ମେଡିକାଲ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଆହତ ଦମ୍ପତି ହେଲେ ଭି ରାମକ୍ରିଷ୍ଣା ଓ ତାଙ୍କ ସ୍ତ୍ରୀ ଭି ଦମୟନ୍ତୀ ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ ନୂଆସାହି ବାସିନ୍ଦା ଭି ରାମକ୍ରିଷ୍ଣାଙ୍କ ସ୍ତ୍ରୀ ଦମୟନ୍ତୀ ଆଜି ସକାଳେ ଗାଧେଇବା ନିମନ୍ତେ ପାଣି ଗରମ କରିବା ପାଇଁ ଷ୍ଟୋଭ ଲଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ଜଳି ନଥିଲା ଯାହା ଫଳରେ ସେ ତାଙ୍କ ସ୍ବାମୀ ରାମ କ୍ରିଷ୍ଣାଙ୍କୁ ଡାକି ଏହାକୁ ଜାଳାଇବାକୁ କହିଥିଲେ।

କ୍ରିଷ୍ଣା ଷ୍ଟୋଭ ଜଳାଇବା ସମୟରେ ଅଚାନକ ଏହା ଫାଟି ଯିବା ସହ ନିଆଁ ଲାଗିଯିବା ଫଳରେ କ୍ରିଷ୍ଣାଙ୍କ ଶରୀରର ୬୦ ଭାଗ ପୋଡ଼ିଯାଇଥିଲା, ଏଥି ସହ ନିକଟରେ ଥିବା ସହ ତାଙ୍କ ସ୍ତ୍ରୀ ଦମୟନ୍ତୀ ମଧ୍ୟ ପୋଡି ଯାଇଥିବା ଜଣାପଡିଛି। ପ୍ରଥମେ ଆହତ ଦ୍ବୟଙ୍କୁ ଗୋପାଳପୁରର ପୂର୍ବତନ ଅଧ୍ୟକ୍ଷ ଏ ଜାନକୀ ରାମ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନିଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ବଡ ମେଡିକାଲରେ ବର୍ଣ୍ଣ ୟୁନିଟ ନଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ ପଠାଯାଇଥିବା ଜଣାପଡିଛି।

Comments are closed.