ବିଶ୍ବ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଓ୍ବେବିନାର

ଗୋପାଳପୁର: ବିଶ୍ଵ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଶୁକ୍ରବାର ଦିନ ସ୍ଥାନୀୟ ସିନେଟ୍ ହଲ ପରିସରରେ ଏକ ସଭା ସହ ୱେବିନାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆୟୋଜିତ ସଭାରେ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି, ପିଜି କାଉନସିଲ ର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, କଲେଜ ଉନ୍ନୟନ କାଉନସିଲର ନିର୍ଦେଶିକା ପ୍ରଫେସର ଅରୁନ୍ଧତୀ ରଥ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ‘ଦିବ୍ୟାଙ୍ଗମାନଙ୍କ ଶିକ୍ଷା କ୍ଷେତ୍ରରେ ସମସ୍ୟା ଓ ସମାଧାନ’ ଶୀର୍ଷକ ଓ୍ବେବିନାର ମାଧ୍ୟମରେ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଇଗ୍ନୋ, ନୂଆଦିଲ୍ଲୀର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଟାଟା ରାମା କ୍ରିଷ୍ଣନ ଏବଂ ଇଗ୍ନୋ କୋରାପୁଟର ଏଆରଡି ମାଧବ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ୱେବିନାରରେ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ବ୍ୟକ୍ତବିଶେଷ ଯୋଗ ଦେଇଥିଲେ। ସଭା ଶେଷରେ ବିଶ୍ଵବିଦ୍ୟାଳୟର ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଧିଷ୍ଟ ସେଲର ଭାରପ୍ରାପ୍ତ ଅଧିକାରୀ ଡକ୍ଟର ଶାରଦା ପ୍ରସନ୍ନ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.