ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

ଗୋପାଳପୁର: ମାଣ୍ଡିଆପଲ୍ଲୀ ସ୍ଥିତ ମତ୍ସ୍ୟ ମହାବିଦ୍ୟାଳୟରେ ଜାତୀୟ କୃଷି ଶିକ୍ଷା ଦିବସ ପାଳିତ ହୋଇଛି। ଏଥିରେ ମହାବିଦ୍ୟାଳୟର ନିର୍ଦେଶକ ପ୍ରଫେସର ସୌମେନ୍ଦ୍ର କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡୁରା ରାମନାରାୟଣ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ପ୍ରଶାନ୍ତ କୁମାର ପାତ୍ର, ଡୁରା ନେସନାଲ ହାଇ ସ୍କୁଲର ଶିକ୍ଷୟତ୍ରୀ ଗୀତାଞ୍ଜଳୀ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଓ ଆନୁସlଙ୍ଗିକ କୃଷିର ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷର ଉନ୍ନତୀ ଉପରେ ଅତିଥିମାନେ ମତ ପୋଷଣ କରିଥିଲେ। ସେହିପରି ଯୁବ ଗୋଷ୍ଠୀ କୃଷି ଶିକ୍ଷା ପ୍ରତି ଆକୃଷ୍ଟ ହୋଇ ନୂତନ ପଦ୍ଧତିରେ ଉଦ୍ଭାବନ କଲେ ଦେଶର ଉନ୍ନତି ହେବ ବୋଲି ଶ୍ରୀମତୀ ପଣ୍ଡା କହିଥିଲେ।

ପୂର୍ବରୁ ଆୟୋଜିତ ହୋଇଥିବା ଓଡିଆ ବକୃତା ପ୍ରତିଯୋଗୀତାରେ କୃତି ହାସଲ କରିଥିବା ନେସନାଲ ହାଇ ସ୍କୁଲର ୧ମ ଅର୍ପିତା ପାତ୍ର, ୨ୟ ପଦ୍ମାଳୟା ସାହୁ, ୩ୟ ସନ୍ତୋଷୀ ମହାରଣା, ୪ର୍ଥ ପୃଥିବୀରାଜ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଇଂରାଜୀ ପ୍ରବନ୍ଧରେ ଡୁରା କଲେଜର ୧ମ କିରଣ କ୍ରାନ୍ତି ସ୍ଵାଇଁ, ୨ୟ ଚନ୍ଦନ କୁମାର ମିଶ୍ର, ୩ୟ କେ. ହେମାଶ୍ରି ରେଡ଼ି, ୪ର୍ଥ ଶ୍ରୀଧର ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼ଃ.ସନ୍ତୋଷ କୁମାର ଉଦଗାତା ପରିଚାଳନା କରିଥିବା ବେଳେ ଡ଼ଃ. ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.