ଗୋପାଳପୁର ବ୍ଲକ ଉପାଧ୍ୟକ୍ଷଙ୍କୁ ଗିରଫ ଦାବିରେ ବିଜେପିର ଦାବିପତ୍ର

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ଗୋପାଳପୁର ନିର୍ବାଚନ ମଣ୍ଡଳୀ, ରଙ୍ଗେଇଲୁଣ୍ଡା ବ୍ଲକ୍ ନେତୃବୃନ୍ଦ ତରଫରୁ ଗୋଳନ୍ଥରା ଥାନା ପରିସରରେ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ ମୃତ୍ୟୁ ମାମଲାରେ ଥାନାରେ ଋଜୁ କରାଯାଇଥିବା ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବ୍ଲକ ଉପାଧ୍ୟକ୍ଷ ସମେତ ଅନ୍ୟ ଆସାମୀମାନଙ୍କୁ ତୁରନ୍ତ ଗିରଫ ପ୍ରତିବାଦରେ ଆଜି ଥାନାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ମଣ୍ଡଳ ସଭାପତି ସନତ କୁମାର ନାୟକଙ୍କ ଅଧକ୍ଷତାରେ ବ୍ରଜମୋହନ ନାହକ, ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁବାଶିଷ ସାହୁ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଗୋପୀନାଥ ମହାରଣା, ପୂର୍ବତନ ଯୁବ ମୋର୍ଚ୍ଚା ଉପସଭାପତି ସୁନିଲ୍ କୁମାର୍ ପାତ୍ର, ଯତୀନ କୁମାର୍, ସୁରଜ୍ କୁମାର୍ ନାୟକ୍, ଟୁନା ଜେନା, ଅମରେନ୍ଦ୍ର ଜେନା, ଅଶ୍ଵିନୀ ପାତ୍ର, ସୁଧାଂଶୁ ପଣ୍ଡା, ଭିକି ପ୍ରମୁଖଙ୍କ ଉପସ୍ଥିତିରେ ଥାନାରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ ସହ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ବିଜେପି ପକ୍ଷରୁ ଦିଆଯାଇଥିବା ଦାବି ଅନୁଯାୟୀ ଗତ ମଇ ମାସ ୩ ତାରିଖ ରଙ୍ଗିପୁରୁ ଗ୍ରାମର ଗଣେଶ ଡାକୁଆ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସ ଓ ତାଙ୍କ ଭାଇ ଅମିତ କୁମାର ଦାସଙ୍କ ଇଟା ଫେକ୍ଟ୍ରିରେ ଗଣ୍ଡଗୋଳ କରିଥିଲେ ଯଦ୍ବାରା ଗଣେଶଙ୍କୁ ଉଭୟେ ମରଣାନ୍ତକ ଆକ୍ରମଣ କରିବା ସହ ପୋଲିସ ଡକାଇ ପୋଲିସକୁ ଜିମା ଦେବା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ହାଜତରେ ଗଣେଶର ମୃତ୍ୟୁ ଘଟିଥିଲା ଏବଂ ମୃତ୍ୟୁ ପରେ ରାତାରାତି ଶବକୁ ବ୍ୟବଚ୍ଛେଦ କରି ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରି କୋଭିଡ୍ ଶ୍ମଶାନ ଅର୍ଥାତ୍ ବ୍ରହ୍ମପୁର ସ୍ଥିତ ନୀଳକଣ୍ଠେଶ୍ଵର ସ୍ମଶାନ ଘାଟରେ ଶବକୁ ସତ୍କାର କରିବା ଏବଂ ପୀଡ଼ିତାଙ୍କ ମା ଶୋଭା ଡାକୁଆଙ୍କ ତରଫରୁ ସ୍ଥାନୀୟ ଗୋଳନ୍ଥରା ଥାନାରେ ମୁଖ୍ୟ ଅଭିଯୁକ୍ତ ଅଜିତ୍ କୁମାର୍ ଦାସ୍ ଓ ଅମିତ୍ କୁମାର୍ ଦାସଙ୍କ ନାମରେ ଲିଖିତ ଅଭିଯୋଗ ପ୍ରଦାନ ପରେ ଥାନା ପକ୍ଷରୁ ଏହାକୁ ଗ୍ରହଣ କରାଯାଇ ନଥିଲା।

ପରବର୍ତ୍ତୀ ମୁହୂର୍ତ୍ତରେ ମାନ୍ୟବର ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍ ଓ ନିର୍ଦ୍ଦେଶ କ୍ରମେ ଦୀର୍ଘ ୭ମାସର ବ୍ୟବଧାନ ପରେ ୨୭.୧୧.୨୦୨୧ ରିଖ ଦିନ ୧୧.୪୫ ମିରେ ଗୋଳନ୍ଥରା ଥାନା କେଶ୍ ନଂ- ୩୩୨ ରେ ମୋଟ ୫ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଥିଲା। କିନ୍ତୁ ୨୮ ତାରିଖ ଦିନ ପୋଲିସର ଜାଣତରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଜିତ୍ କୁମାର୍ ଦାସ୍ ତଥା ରଙ୍ଗେଇଲୁଣ୍ଡା ବ୍ଲକ୍ ଉପାଧକ୍ଷ ଶାସକ ବିଜେଡି ଦଳ ତରଫରୁ ମନ୍ତ୍ରୀଡି ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟର ବହୁ ମାନ୍ୟଗଣ୍ୟଙ୍କ ଉପସ୍ଥିତି ଏବଂ ସ୍ଥାନୀୟ ପୋଲିସଙ୍କ ଜାଣତରେ ଅଧ୍ୟକ୍ଷତା କରୁଥିବାର ଦେଖିବାକୁ ମିଳିଥିଲା। ଏହି ସମସ୍ତ ଘଟଣାକୁ ଯଦି ବିଚାରକୁ ନିଆଯାଏ ତାହେଲେ ଶାସକ ଦଳର ନେତା ବୋଲି ଆଇନ ଠାରୁ ଉର୍ଦ୍ଧ୍ବରେ ବୋଲି ବିଚାର ମନେ ହେଉଅଛି ଏଵଂ ଜାଣିଶୁଣି ଘଟଣାକୁ ଚପେଇ ଦେବା ସହ ତଦନ୍ତକୁ ବାଟବଣା କରିଦିଆଯାଉଛି। ଏହି ସବୁ ପ୍ରମୁଖ ଦାବୀ ସହ ମୁଖ୍ୟ ଅଭିଯୁକ୍ତ ରଙ୍ଗେଇଲୁଣ୍ଡା ବ୍ଲକ୍ ବିଜେଡି ସଭାପତି ତଥା ବ୍ଲକ୍ ଉପାଧକ୍ଷ ଅଜିତ୍ କୁମାର୍ ଦାସ୍ ଓ ତାଙ୍କ ଭାଇ ଅମିତ୍ କୁମାର୍ ଦାସଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଉପସ୍ଥାପନା କରଯାଇଥିଲା। ଆଗାମୀ ଦିନରେ ଯଦି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଯାଏ ତାହେଲେ ବାଧ୍ୟ ହୋଇ ପରିବାରକୁ ନ୍ୟାୟ ଦେବା ଦାବୀରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବା ସହ ଥାନା ସମ୍ମୁଖରେ ଧାରଣାରେ ବସିବ ବୋଲି ଚେତାବନୀ ଦିଆଯାଇଛି।

Comments are closed.