ନାବାଳିକା ଅପହରଣ ମାମଲାରେ ଯୁବକ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ଜଣେ ନାବାଳିକାକୁ ଅପହରଣ କରି ନେବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛିl ଗିରଫ ଯୁବକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁର ବଳଭଦ୍ର ନାଇକ ଓରଫ୍ କାଳିଆ ବୋଲି ପୋଲିସ ପକ୍ଷରୁ କୁହାଯାଇଛିl ସୂଚନା ଅନୁଯାୟୀ ଗତ ୨୫ତାରିଖ ରାତିରେ ଯୁବକ ଜଣଙ୍କ ୧୫ ବର୍ଷୀୟା ନାବାଳିକାକୁ ଅପହରଣ କରି ନେଇ ଚାଲିଯାଇଥିଲାl ପରିବାର ବର୍ଗ ଖୋଜା ଖୋଜି କରିବା ପରେ ଝିଅର କୌଣସି ପତ୍ତା ପାଇନଥିଲେl

ଏ ନେଇ ନାବାଳିକାଙ୍କ ବାପା ଗୋଳନ୍ଥରା ଥାନାରେ ଝିଅକୁ କେହି ଅପହରଣ କରି ନେଇଥିବା ଅଭିଯୋଗ କରିବା ପରେ ପୋଲିସ କେଶ ନମ୍ବର ୩୩୫/୨୧ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଉଭୟ ନାବାଳିକା ଓ ଅଭିଯୁକ୍ତ କାଳିଆକୁ ବେନ୍ଦାଳିଆରୁ ମଙ୍ଗଳପୁର ଗିରଫ କରିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ପୋକ୍ସୋ ମାମଲା ଆଧାରରେ ଅଭିଯୁକ୍ତ କାଳିଆକୁ କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଜାରୀ ରହିଛି। ଉଦ୍ଧାର ନାବାଳିକାଙ୍କ କୋର୍ଟରେ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛିl ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଥିବା ସୂଚନା ମିଳିଛିl

Comments are closed.