ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ଇସ୍ତଫା

ଗୋପାଳପୁର: ଆଉ ମାତ୍ର କିଛି ମାସ ବ୍ୟବଧାନରେ ରାଜ୍ୟ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠାରୁ ଦଳ ଡିଆଁ ପର୍ବ ଆରମ୍ଭ ହେଲାଣି।ଏ‌ଇ କ୍ରମରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ଦାୟିତ୍ଵରେ ରହିଥିବା ରଙ୍ଗେଇଲୁଣ୍ଡା ବ୍ଲକ ଯୁବ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଡବ୍ଲୁ ବାଳକ୍ରିଷ୍ଣା ନିଜ ପଦବୀ ସମେତ ଦଳର‌‌ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ସହ ଏହା ନେଇ ସେ ଜିଲ୍ଲା ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। କେତେକ ବ୍ୟକ୍ତି ଗତ କାରଣରୁ ସେ ଏହି ଇସ୍ତଫା ଦେଇଥିବା କହିଥିବା ବେଳେ ଆଗାମୀ ଦିନରେ ଅନ୍ୟ କୈାଣସି ଦଳରେ ଯୋଗଦାନ କରିବା ପ୍ରଶ୍ନରେ ସେ ପ୍ରକାଶ କରିଥିଲେ ଯେ ସେ ଗତ ପଞ୍ଚାୟତ ନିର୍ବାଚନ ରେ ୫୩ ନଂ ଜୋନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ସହ ମାତ୍ର ୧୫୦ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଣୁ ଆଗାମୀ ଦିନରେ ତାଙ୍କର କୈାଣସି ରାଜନୈତିକ ଦଳ ସହ ସାମିଲ ହେବେ ନା ନାହିଁ ପରବର୍ତ୍ତୀ ସମୟରେ ଘୋଷଣା କରିବେ ବୋଲି କହିଛନ୍ତି।

Comments are closed.