କାର୍ତ୍ତିକ ପୂର୍ଣ୍ଣିମା ପାଳନ ନେଇ ଜିଲ୍ଲା ପ୍ରଶାସନର କଟକଣା ଜାରି

ଗୋପାଳପୁର: ଆସନ୍ତା ୧୮ ତାରିଖରେ ପାଳନ ହେବାକୁ ଥିବା କାର୍ତ୍ତିକ ପୂର୍ଣ୍ଣିମା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ ଲାଇନ ଜାରି ସହ ବେଳାଭୂମିରେ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଜାରି କରାଯାଇଛି। ଏ ନେଇ ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ପକ୍ଷରୁ ଆସନ୍ତା ୧୮ ତାରିଖ ଅପରାହ୍ନ ୨ଟାରୁ ୧୯ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମି ଗୋପାଳପୁର, ସୁନାପୁର ଓ ଆର୍ଜିପଲ୍ଲୀ ଆଦି ବେଳାଭୂମିକୁ ପର୍ଯ୍ୟଟକ ଓ ଭକ୍ତଙ୍କୁ ବାରଣ କରାଯିବା ସହ ବୋଇତ ବନ୍ଦାଣ ସହ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଉପରେ ରୋକ ଲଗା ଯାଇଥିବା ଜଣାପଡିଛି। ଅନ୍ୟ ପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିୟୁଟି ଯୋଗେ ସନ୍ଧ୍ୟାରେ ଏହା ନେଇ ଘୋଷଣା କରାଯାଇଥିବା ବେଳେ ଏହା ଜଣେ ସାଧାରଣ ଲୋକ ଯିଏ ମୋବାଇଲ ବ୍ୟବହାର କରୁନାହିଁ ସେ କିପରି ଏହା ନେଇ ଜାଣିପାରିବେ ବୋଲି ଆଲୋଚନା ହେଉଛି।

Comments are closed.