ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିଶ୍ଵ ମଧୁମେହ ଦିବସ ପାଳିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ଥିତ ସିନେଟ୍ ହଲ ପରିସରରେ ମହାରାଜ କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଏଣ୍ଡୋ କୋଂନୋଲୋଜି ବିଭାଗ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯୋଗ ଦେଇ ଉକ୍ତ କାଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏମକେସିଜି ଆସୋସିଟ୍ ପ୍ରଫେସର ପି. ରବି କୁମାର ଓ ଆସିଷ୍ଟାଣ୍ଡ ପ୍ରଫେସର ଡ଼ଃ .ଦେବାଶିଷ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁମେହ ରୋଗର ଇତିହାସ ଓ ସଂପ୍ରତି ଏହାର ନିରାକରଣ ସହ ମଣିଷର ଜୀବନଚର୍ଯ୍ୟା ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ବ୍ୟାୟାମ ଓ ପ୍ରତିଦିନର ଖାଦ୍ୟପାନୀୟର ନିୟମାବଳି ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମଧୁମେହ ରୋଗର ମାଗଣା ରକ୍ତ ଶର୍କରା, ରକ୍ତଚାପ, ପରୀକ୍ଷା ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ମୁଖ୍ୟ ଅତିଥିଭବେ ଯୋଗଦେଇ କୁଳପତି ପ୍ରଫେସର୍ ଚକ୍ରପାଣି ରାଷ୍ଟ୍ରର ସମସ୍ତ ମାନବ ଜାତିର ସ୍ବାସ୍ଥ୍ୟ ସୁରକ୍ଷା ଓ ସମସ୍ତ ମାନବ ଜାତିର ମଙ୍ଗଳ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ପ୍ରଦୀପ କୁମାର ମିଶ୍ର, ଉପ କୁଳସଚିବ ଡ଼ ବାବୁଜୀ ସାମଲ ସହ କୁଳସଚିବ ଡ଼. ସରୋଜ କୁମାର ଦାଶ, ନିରାପତ୍ତା ଅଧିକାର ରବିନ୍ଦ୍ର କୁମାର ମଲ୍ଲିକ, ଏ . ସୂର୍ଯ୍ୟ ପ୍ରକାଶ ରାଓଙ୍କ ସମେତ ବହୁ ଶିକ୍ଷକ, ଗବେଷକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ୩୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇ ରକ୍ତ ସର୍କରା ନିୟନ୍ତ୍ରଣ ପାଇଁ ଡାକ୍ତରମାନେ ଉପଦେଶ ଦେଇଥିଲେ। ସଭାକାର୍ଯ୍ୟକୁ ଡ଼ .ସରୋଜ କୁମାର ଦାଶ ସଂଯୋଜନା କରିଥିବା ବେଳେ ଗବେଷଣା ବିଭାଗର ବିଭାଗୀୟ ଅଧିକାରୀ ଡ.ଶଙ୍କର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ସୁପରଭାଇଜାର ଡ଼ ମିହିର ତ୍ରିପାଠୀ, ପ୍ରତାପ ରାଉତ ଏବଂ ମେଡିକାଲ କଲେଜ ପକ୍ଷରୁ ବସନ୍ତ, କିଶୋର, ଶିବ, ଧନେଶ୍ୱର, ଭବାନୀ, ଚନ୍ଦ୍ରଶେଖର, ଶାନ୍ତନୁ ଆନନ୍ଦ ରାଓ ପ୍ରମୁଖ ସହଯୋଗ କରିଥିଲେ।

Comments are closed.