ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଯୁବକ ଉଦ୍ଧାର

ଗୋପାଳପୁର: ମଙ୍ଗଳବାର ଅପରାହ୍ନରେ ଗୋପାଳପୁର ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଜଣେ ଯୁବକକୁ ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ଜି.ଜଗନ୍ନାଥ ଉଦ୍ଧାର କରିଥିଲେ। ଉଦ୍ଧାର ଯୁବକ ଜଣକ କନ୍ଧମାଳ ଜିଲ୍ଲାର ଦେବେନ୍ଦ୍ର ପଟମାଝି ବୋଲି ସୂଚନା ମିଳିଛି। ଆଜି ଅପରାହ୍ନରେ ଦେବେନ୍ଦ୍ର ସମୁଦ୍ରରେ ଗାଧାଉଥିବା ବେଳେ ପ୍ରାୟ ୧୫୦ ମିଟର ଭିତରକୁ ଚାଲି ଯାଇଥିବା ଦେଖି ନିିୟୋଜିତ ଥିବା ଲାଇଫ ଗାର୍ଡ ଜି .ଜଗନ୍ନାଥ ସଙ୍ଗେ ସଙ୍ଗେ ଲାଇଫ ଜ୍ୟାକେଟ ଓ ଟିୟୁବ ଧରି ସମୁଦ୍ର ପାଣି ଭିତରକୁ ଯାଇ ବୁଡି ଯାଉଥିବା ଯୁବକକୁ ଉଦ୍ଧାର କରିଥିଲେ। ଯୁବକ ଜଣଙ୍କ କିଛି ସମୟ ବିଶ୍ରାମ ନେବାପରେ ସୁରକ୍ଷିତ ଅନୁଭବ କରିବା ପରେ ତାଙ୍କୁ ଛଡା ଯାଇଥିବା ଲାଇଫ ଗାର୍ଡ ଜଗନ୍ନାଥ ସୂଚନା ଦେଇଛନ୍ତି।

Comments are closed.