ଜରା ନିବାସ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଆସିଲେନି ସମ୍ପର୍କୀୟ, ମୁଖାଗ୍ନି ଦେଲେ ମହାନ ସଂଘ ସଭାପତି

ଗୋପାଳପୁର: ରାମଚନ୍ଦ୍ର ପୁର ବିଶ୍ବନିକେତନ ଜରା ନିବାସରେ ରହୁଥିବା ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିଲା। ଜରା ନିବାସ ଅନ୍ତେବାସୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲା। ତେବେ ତାଙ୍କ ସମ୍ପର୍କୀୟ ନ ଆସିବାରୁ ମହାନ ସଂଘ ସଭାପତି ସୁଶାନ୍ତ ସାବତ ମୁଖାଗ୍ନି ଦେଇ ଶବ ସତ୍କାର କରିଥିବା ଜଣାପଡିଛି। ଶବ ସତ୍କାର ସମୟରେ ବ୍ରଜ ନାୟକ, ଚିତ୍ତରଞ୍ଜନ ପ୍ରଧାନ, କୃଷ୍ଣ ଚନ୍ଦ୍ର ନାୟକ, ସନ୍ଦିପ ଦଳାଇ, ଡି ଚିରନଜିବି ରେଡ୍ଡୀ, ଜିପୁ ସାହୁ, କୃଷ୍ଣ ଗୌଡ଼, ସି ହେଚ ଲୋକନାଥ ରେଡିଙ୍କ ସମତେ ବହୁ ଅଞ୍ଚଳ ବାସି ଉପସ୍ଥିତ ଥିଲେ।

ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଦୀର୍ଘ ୧୨ ବର୍ଷ ଧରି ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ରପୁର ଠାରେ ନିଜସ୍ବ ପ୍ରଚେଷ୍ଟାରେ ବିଶ୍ୱ ନିକେତନ ନାମକ ଜରା ନିବାସ ପ୍ରତିଷ୍ଠା କରିଛନ୍ତି। ଏଠାରେ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ମୁକ୍ତ ଜୀବନ ବଞ୍ଚିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏପରିକି ଏଠାରେ ରହୁଥିବା ଅନେକ ଅନ୍ତେବାସୀଙ୍କ ପୁଅ ସହ ଆପୋଷ ବୁଝାମଣା ମାଧ୍ୟମରେ ପରିବାରଙ୍କ ମିଳାମିଶା କରିଥାନ୍ତି।

Comments are closed.