ଅଜଣା ଗାଡ଼ି ଧକ୍କାରେ ଟ୍ରକ ଡ୍ରାଇଭର ମୃତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କଡ଼ରେ ଡୁରା ବାଇପାସରେ ଥିବା ହାଇୱେ ଢାବା ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଥିବା ପୁଲିସ କହିଛି। ମୃତ ଡ୍ରାଇଭର ଜଣଙ୍କ ଭଞ୍ଜନଗର ଥାନା ଅନ୍ତର୍ଗତ ସିଆରିମାଳ କୁଲଙ୍ଗିର ନୀଳମଣି ନାୟକ (୩୫) ବୋଲି ପୁଲିସ ସୂଚନା ଦେଇଛି।

ଆଜି ଅପରାହ୍ନ ପ୍ରାୟ ୨.୩୦ ସମୟରେ ଏକ ବାଲି ବୋଝେଇ ଟ୍ରକର ଡ୍ରାଇଭର ଜାତୀୟ ରାଜପଥ କଡ଼ରେ ନିଜ ଟ୍ରକକୁ ରାସ୍ତା କଡ଼ରେ ପାର୍କିଂ କରି ନିକଟରେ ଥିବା ହାଇୱେ ଢାବାରେ ଖାଇ ଟ୍ରକ ପାଖକୁ ରାସ୍ତା ପାରହୋଇ ଯାଉଥିବା ବେଳେ ଆନ୍ଧ୍ର ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ସହ ମୁଣ୍ଡ ଉପରେ ଚଢି ଯାଇଥିଲା ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଡ୍ରାଇଭର ନିଳମଣିଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ। ଗୋପାଳପୁର ପୁଲିସ ପକ୍ଷରୁ ଘଟଣା ନେଇ ତଦନ୍ତ ଜାରି ରହିଥିବା ସହ ମୃତ ଡ୍ରାଇଭରର ପରିବାରକୁ ଘଟଣା ନେଇ ଖବର ଦେଇଥିବା ଜଣାପଡିଛି।

Comments are closed.