ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ଜଣେ ନାବାଳିକାକୁ ଅପହରଣ କରି ନେବା ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗୋଳନ୍ଥରା ପୁଲିସ ଜଣେ ଯୁବକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ରବୀନ୍ଦ୍ର କୁମାର ନାୟକ ଓରଫ ରାନୁ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ଗତ ୭ତାରିଖ ରାତିରେ ଜନୈକ ବ୍ୟକ୍ତିଙ୍କ ୧୫ବର୍ଷିୟା ନାବାଳିକା ଝିଅ ହଠାତ ନିଖୋଜ ହୋଇଯାଇଥିଲା। ପରିବାରଲୋକ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଝିଅର କୌଣସି ପତ୍ତା ପାଇନଥିଲେ l ଏ ନେଇ ନାବାଳିକା ଝିଅଙ୍କ ବାପା ଗୋଳନ୍ଥରା ଥାନାରେ ଝିଅକୁ କେହି ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ। ଗୋଳନ୍ଥରା ପୁଲିସ କେସ ନମ୍ବର୨୮୨/୨୧ ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ବ୍ରହ୍ମପୁର ରେଳ ଷ୍ଟେସନରେ ଚଢ଼ାଉ କରିଥିଲା ଏବଂ ନାବାଳିକାକୁ ଉଦ୍ଧାର କରିଥିଲା। ଏଥିସହ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ରବୀନ୍ଦ୍ରକୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବରେ ତାଙ୍କୁ ଜେଲ ହାଜତକୁ ପଠା ଯାଇଥିବା ସୂଚନା ମିଳିଛି।

Comments are closed.