ଛାତ୍ର ବିଜୟଙ୍କ ଚକ୍ ଖଡ଼ିରେ ଟି-୨୦ ବିଶ୍ୱକପ୍

ଗୋପାଳପୁର: ଟି-୨୦ ବିଶ୍ୱକପ କୁ ନଜରରେ ରଖି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଇମାଜିକ୍ସ ଶାଖା ପକ୍ଷରୁ ଚକଖଡିରେ ସୁକ୍ଷ୍ମ କାରିଗରୀ ଦେଖିବାକୁ ମିଳିଛି। ଚକଖଡିରେ ଭାରତୀୟ ଓ ପାକିସ୍ଥାନର ଦୁଇ ଅଧିନାୟକଙ୍କ ସମେତ ବିଶ୍ୱକପର ଏକ ଛୋଟ ମଡେଲ ଦେଖିବାକୁ ମିଳିଛି। ଅତି ସୂକ୍ଷ୍ମ ଓ ଛୋଟ ହୋଇଥିବା ହେତୁ ଏହାର ସୁନ୍ଦରତା ବେସ ଝଲସୁଥିଲା। ଏହି ଛୋଟ ଆକୃତିର ପ୍ରତିକୃତିକୁ ତିଆରି କରିଛନ୍ତି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇମାଜିକ୍ସ କ୍ଲବ ସଦସ୍ୟ ତଥା ବିଟେକ ଛାତ୍ର କେ ବିଜୟ କୁମାର ରେଡି। ମାତ୍ର ଦୁଇ ଘଣ୍ଟାର‌ ପରିଶ୍ରମ କରି ଚକ୍ ଖଡ଼ି ଓ ସୁନ୍ଦର ରଙ୍ଗ ବ୍ୟବହାର କରି ସେ ଏହି ପ୍ରତିକୃତିକୁ ତିଆରି କରିଥିବା ପ୍ରକାଶ କରିଛନ୍ତି। ବିଜୟ ଏହା ପୂର୍ବରୁ ପ୍ରତ୍ୟେକ ସମୟରେ କିଛି ନା କିଛି କାରୁକାର୍ଯ୍ୟ ନିର୍ମାଣ କରି ଲୋକଙ୍କ ମଧ୍ୟରେ ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିଥାନ୍ତି।

ବିଗତ କିଛିଦିନ ତଳେ ସେ ଏକ ଛୋଟ ରଥ, ଏକ ଗଣେଷ ମୂର୍ତ୍ତି ଓ ଦଶଭୂଜା ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଥିଲେ।ଗୋପାଳପୁର ନିର୍ବାଚନ ମଣ୍ଡଳୀ ଡୁରା ପଞ୍ଚାୟତର ବିଜୟ ଛୋଟ ବେଳୁ ଏମିତି ନିଆଁରା କାର୍ଯ୍ୟ କରିଆସୁଥିବା ବେଳେ ଏବେ ୨୦ ବର୍ଷ ବୟସରେ ମହାବିଦ୍ୟାଳୟ ସ୍ତରରେ ଇମାଜିକ୍ସ କ୍ଲବ ପକ୍ଷରୁ ଅନୁପ୍ରାଣିତ ହୋଇ ଉତ୍ସାହର ସହ ଛୋଟ ଛୋଟ ଜିନିଷ ମାନ ଗଢୁଛନ୍ତି। ମହାବିଦ୍ୟାଳୟ ଇମାଜିକ୍ସ କ୍ଲବ ସଂଯୋଜକ ଅଧ୍ୟାପକ ସାଗର ମୁର୍ମୁ ବିଜୟଙ୍କ ଏହି କଳାକୃତିକୁ ଖୁବ ପ୍ରଶଂସା କରିବା ସହ ଏପରି କାର୍ଯ୍ୟ ଅନ୍ୟ ବିଦ୍ୟାର୍ଥୀଙ୍କୁ ଅନେକ ପ୍ରେରଣା ମଧ୍ୟ ଯୋଗଇଥାଏ ବୋଲି ପ୍ରକାଶ କରିଛନ୍ତି। ବିଶ୍ବକପକୁ ନେଇ ଏ କାରୁକାର୍ଯ୍ୟ, ସାଜସଜାକୁ ଅନଲାଇନ ମାଧ୍ୟମରେ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚିବାସହ ବିଦ୍ୟାର୍ଥୀମାନେ ବେଶ ଖୁସି ଥିବା ଜଣାପଡିଛି। ବର୍ତମାନ ଚାରିଆଡ଼େ କ୍ରିକେଟ ବିଶ୍ୱକପର ମାହୋଲ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଜୟଙ୍କ କଳାକୃତିକୁ ଚାରିଆଡୁ ବେଶ ପ୍ରଶଂସା କରାଯାଇଛି।

Comments are closed.