ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୨ ଗୁରୁତର

ଗୋପାଳପୁର: ମଙ୍ଗଳବାର ପୂର୍ବାହ୍ଣ ପ୍ରାୟ ସାଢେ ୧୧ଟାରେ ସମୟରେ ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଛକ ସନ୍ନିକଟ ଆଦିତ୍ୟ ଅଟୋ କେର୍ ନିକଟସ୍ଥ ରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସାଧୀନ ଥିବା ଜଣାପଡିଛି। ମୃତକ ଜଣକ ହେଲେ ଏନ୍.ଭେଙ୍କଟେଶ ରେଡ୍ଡୀ ( ୧୮) ଙ୍କ ମୃତ୍ୟୁ ଘଟିଥିବା ବେଳେ ଏନ୍.ସନ୍ତୋଷ ରେଡ୍ଡୀ ବୟସ ( ୪୦) ଓ ଏନ୍.ଭବାନୀ ( ୧୨) ଗୁରୁତର ଆହତ ହୋଇଥିବା ବେଳେ ଏମାନେ ସମସ୍ତେ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲି ଗ୍ଳଳଳ ସାଲିଆ ସାହିର ବୋଲି ଜଣାପଡିଛି।

 

ବୁଧବାର ପାଳନ ହେବାକୁ ଥିବା କୁମାର ପୂର୍ଣିମା ନିମନ୍ତେ ନୂଆ ଡ୍ରେସ୍ କିଣି ସନ୍ତୋଷ ତାଙ୍କ ପୁଅ ଭବାନୀ ଓ ଦାଦା ପୁଅ ଭାଇ ଭେଙ୍କଟେଶ ତିନିଜଣ କରାପଲ୍ଲି ମୋଟର ସାଇକଲ (ଓଆର୍୦୭ଏନ୍-୭୯୩୯) ଯୋଗେ ଫେରୁଥିବା ସମୟରେ ଆଦିତ୍ୟ ଅଟୋ କେର ନିକଟ ରେ ଦୃତ ଗତିରେ ଆସୁଥିବା ଅଜଣା ଗାଡ଼ି ମୋଟର ସାଇକଲ କୁ ପଛ ପଟେ ଧକ୍କା ଦେବାରୁ ଘଟଣାସ୍ଥଳରେ ଭେଙ୍କଟେଶ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ରାସ୍ତା ରେ ପଡି ରହିଥିଲେ।ଘଟଣା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଆହାତ ଦୁଇ ଜଣଙ୍କୁ ବ୍ରହ୍ମପୁର ମେଡିକାଲ୍ ପଠାଇଥିଲେ।ଖବର ପାଇ ଗୋପାଳପୁର ଓ ବ୍ରହ୍ମପୁର ଟ୍ରାଫିକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ୍ ପଠାଇବା ସହ ବ୍ରହ୍ମପୁର ଟ୍ରାଫିକ ଥାନା ରେ କେସ ନଂ ୪୧/୨୧ ମାମଲା ରୁଜୁ କରାଯାଇଥିବା ଟ୍ରାଫିକ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। କରାପଲ୍ଲୀରେ ଶବ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶରେ ମୃତକ ଭେଙ୍କଟଶଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Comments are closed.