ଗୋପାଳପୁର ମିଲିଟାରୀ ଷ୍ଟେସନରେ ୫୦ ତମ ଭାରତ ପାକିସ୍ତାନ ଯୁଦ୍ଧ ବିଜୟର ସ୍ୱର୍ଣୀମ ବିଜୟ ବର୍ଷ ପାଳିତ

ଗୋପାଳପୁର:  ଗୋଳାବନ୍ଧ ସ୍ଥିତ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିସର ମଧ୍ୟରେ ଥିବା ଏଡି ୱାର ମେମୋରିଆଲ ମଣ୍ଡପ ଠାରେ ୧୯୭୧ ମସିହା ଭାରତ ଓ ପାକ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସ୍ୱର୍ଣିମ ବିଜୟ ବର୍ଷ ପାଳିତ ହୋଇଥିଲା।

ଚଳିତ ବର୍ଷକୁ “ସ୍ୱର୍ଣ୍ଣିମ ବିଜୟ ବର୍ଷ’ ରୂପେ ପାଳନ କରାଯାଉଛି । ୨୦୨୦ ମସିହା ଡିସେମ୍ବର ୧୬ ତାରିଖରୁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଠାରୁ “ଅମର ଯବାନ ଜ୍ୟୋତି’ ର ଚାରିଗୋଟି ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା।ଭାରତ ବର୍ଷର ବିଜୟ ଏବଂ ସଶସ୍ତ୍ର ବାହିନୀର ବଳିଦାନ ସନ୍ଦେଶକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଂଚାଇବା ପଇଁ ଦେଶର ଚାରିଗୋଟି ଦିଗକୁ ଏହି ଜ୍ୟୋତି ପଠା ଯାଇଥିବା ଜଣାପଡ଼ିଛି । ଏହି ମଶାଲ ବୁଧବାର ରାତ୍ର ସାଢେ଼ ୯ ଟା ସମୟରେ ଆର୍ମି ଏଡି କଲେଜ ଫାଟକ ସମ୍ମୁଖରେ ପହଞ୍ଚିବା ପରେ ଗୋପାଳପୁର ମିଲାଟାରୀ ଷ୍ଟେସନ ର କମାଣ୍ଡେଣ୍ଟ ସୁମିତ ମାଥୁରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଆଜି ଦିବସ ପାଳନ ଅବସରରେ ଆର୍ମି ଏଡି କଲେଜ ର ମିଲିଟାରୀ ବେଣ୍ଡ ସହ ମଶାଲକୁ ଓ୍ବାର ମେମୋରିଆଲ ମଣ୍ଡପକୁ ଅଣାଯାଇଥିଲା।ଏହି ମଶାଲ କୁ ଆର୍ମି କମାଣ୍ଡେଣ୍ଟ ଲେଫଣ୍ଡାଣ୍ଟ ଜେନେରାଲ ତଥା ଅତି ବିଶିଷ୍ଟ ସେବା ମେଡାଲ ପ୍ରାପ୍ତ ସତିନ୍ଦର ସିଂ, ଷ୍ଟେସନ କମାଣ୍ଡେଣ୍ଟ ବ୍ରିଗେଡିଆର ସୁମିତ୍ ମାଥୁର ଓ ଅବସର ପ୍ରାପ୍ତ ଲେଫଣ୍ଡାଣ୍ଟ କର୍ଣଲ ଏସ.ଏନ୍. ବକ୍ସି, ୱୀଙ୍ଗ କମାଣ୍ଡର କେ. ସି.ବେହେରା ପ୍ରମୁଖ ଉପସ୍ଥିତ ରହି ମଶାଲ କୁ ସ୍ଵାଗତ କରାଯାଇ ଯୁଦ୍ଧ ସ୍ମାରକୀ ମଣ୍ଡପରେ ରଖାଯାଇଥିଲା।

ପରେ ୧୯୭୧ ମସିହା ରେ ସହିଦ୍ ଯବାନ ଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନ ଜଣାଇବା ସହ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ୟକ୍ରମ ଅବସରରେ ଲେଫଣ୍ଡାଣ୍ଟ ଜେନେରାଲ ସିଂ କହିଥିଲେ ଯେ ୧୯୭୧ ମସିହା ଡିସେମ୍ବର ମାସରେ ଭାରତୀୟ ସଶସ୍ତ୍ର ସେନା ବାହିନୀ ପାକିସ୍ଥାନକୁ ପରାଜିତ କରିବା ସହିତ ୯୩୦୦୦ ପାକିସ୍ଥାନୀ ବନ୍ଦୀଙ୍କୁ ନିଜ ଅଧିନକୁ ଆଣି ବାଲାଂଦେଶର ୭୫ ଲକ୍ଷ ଜନସାଧାରଣଙ୍କୁ ସ୍ୱାଧୀନତା ଦିଆଯାଇଥିଲା। ବେଳେ ପାକିସ୍ଥାନର ପ୍ରାୟ ୧୫,୦୧୦ ବର୍ଗ କି.ମି. ଅଂଚଳକୁ ନିଜ ଅକ୍ତିଆରକୁ ଆଣିଥିଲା। ପାକିସ୍ଥାନ ସେନାର ପ୍ରମୁଖ ସେନାମୂଖ୍ୟ ଜେନେରାଲ୍ ଅମିର୍ ଅବ୍‌ଦୁଲ୍ଲା ଖାନ୍ ନିୟାଜୀ ତାଙ୍କର ୯୩,୦୦୦ ସୈନିକଙ୍କ ସହିତ ଭାରତର ସୈନ୍ୟ ବାହିନୀ ଏବଂ ବାଂଲାଦେଶ ମୁକ୍ତି ବାହିନୀ ନିକଟରେ ୧୩ ଦିନ ଯୁଦ୍ଧ ପରେ ଆତ୍ମସମର୍ପଣ କରିବା ପରେ ଯୁଦ୍ଧ ପରିସମାପ୍ତି ଘଟିଥିଲା ।

ଏଥିରେ ଉଭୟ ଦେଶର ୩୮୦୦ ରୁ ଉର୍ଦ୍ଧ ସେନା ସହିଦ୍ ହୋଇଥିବା କହିଥିଲେ। ତାହା ସହ ଏହି ବିଜୟ କୁ ଅଦ୍ଭୁତ ବିଜୟ କହିବା ସହ କୌଶଳ,ସାହସିକତା,ଦେଶ ପାଇଁ ବଳିଦାନ କୁ ଭୂୟଶୁ ପ୍ରଶଂସା କରିଥିଲେ। ଏହି ଅବସରରେ ୧୯୭୧ ମସିହା ଯୁଦ୍ଧରେ ସହିଦ୍ ଙ୍କ ପରିବାର ଓ ଅବସର ପ୍ରାପ୍ତ ବିର୍ ଯବାନ ୨୦ ଜଣଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି ମଶାଲ ଗୋପାଳପୁର ଆର୍ମି ଏଡି କଲେଜ ପରିସରରେ ଆସନ୍ତା ୨୬ ତାରିଖ ପର୍ୟ୍ୟନ୍ତ ରହିବା ପରେ ୨୭ ତାରିଖରେ ବାଲୁଗାଁ ସ୍ଥିତ ଆଇ ଏନ ଏସ ଚିଲିକା ରେ‌ ପହଞ୍ଚିବା କାର୍ୟକ୍ରମ ରହିଛି। ଏହି ମଶାଲ ନଭେମ୍ବର ୭ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ରହିବା ବୋଲି ଜଣାପଡିଛି। ଗୋପାଳପୁର ଆର୍ମି ଏଡି କଲେଜ ପରିସରରେ ରହିବା ସମୟରେ ବିଭିନ୍ନ କାର୍ୟ୍ୟକ୍ରମ କରାଯିବା ଏବଂ ବ୍ରହ୍ମପୁର ପୁଲିସ , ଏନ୍ ସି ସି ଓ ଛତ୍ରପୁର ପୁଲିସ ର କାର୍ୟ୍ୟକ୍ରମ ରେ ମଶାଲ କୁ ପଠାଯିବ ବୋଲି ଲେଫଣ୍ଡାଣ୍ଟ ଜେନେରାଲ ସିଂ କହିଛନ୍ତି।

Comments are closed.