ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ନାବାଳିକାକୁ ପ୍ରୋଲଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ପକ୍ଷରୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏ ନେଇ ଥାନାରେ ଦାୟର କରାଯାଇଥିବା ୨୦୩/୨୦ କେସ ପ୍ରକାରେ ଆଜି ଅଭିଯୁକ୍ତ କେ. ଯୁଧିଷ୍ଠିର (୩୨)କୁ କୋର୍ଟ ଚାଲାଣ କରାଯାଇଛି।

ଅଭିଯୋଗ କ୍ରମେ ଗତ ଜୁଲାଇ ୩୧ ତାରିଖରେ ପିଡିତା ନାବାଳିକା ଜଣଙ୍କ କେ.ଯୁଧିଷ୍ଠିରଙ୍କ ଦୋକାନକୁ ଜିନିଷ କିଣିବାକୁ ଯାଇଥିବା ବେଳେ ଯୁଧିଷ୍ଠିର ପ୍ରୋଲଭନ ଦେଖାଇ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲେ। ଏହା ନେଇ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ନେଇ ପିଡିତା ଙ୍କ ମାଆ ଯୁଧିଷ୍ଠିର ଙ୍କୁ ଏହା ନେଇ ପଚାରବା ବେଳେ ଯୁଧିଷ୍ଠିର ପିଡିତା ଙ୍କ ମାଆଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ପିଡିତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଲିଖିତ ଅଭିଯୋଗ କୁ ଆଧାର କରି ଗୋଳନ୍ଥରା ପୁଲିସ ପକ୍ଷରୁ ଅଭିଯୁକ୍ତ ଯୁଧିଷ୍ଠିରଙ୍କୁ ଗିରଫ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଘଟଣା ପରଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ରହିଥିଲେ। ଏହା ମଧ୍ୟରେ ପିଡିତା ନାବାଳିକାଙ୍କ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ୧୬୪ ଧାରା ଅନୁଯାୟୀ ବୟାନ ରେକର୍ଡ ମଧ୍ୟ କରାଯିବା ସହ ଡ଼ାକ୍ତରୀ ମାଇନା ମଧ୍ୟ କରାଯାଇଥିଲା।ଇତି ମଧ୍ୟରେ ଗତ ରବିବାର ଦିନ ଅଭିଯୁକ୍ତ ଯୁଧିଷ୍ଠିର ଗାଁକୁ ଆସିଥିବା ଖବର ପାଇ ପୁଲିସ ତାକୁ ଗିରଫ କରିବା ସହ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ପକ୍ଷରୁ ଅଭିଯୁକ୍ ଙ୍କ ବେଲ ପିଟିସନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସଦର ଏସଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.