ସନ୍ଦେହ ଜନକ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜଗନ୍ନାଥପୁର ଛକ ନିକଟରୁ ଜଣେ ବୃଦ୍ଧଙ୍କ ସନ୍ଦହ ଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧ ଜଣଙ୍କ ଛତ୍ରପୁର ଅଞ୍ଚଳ ସିନ୍ଦୁର ପୁର ଗ୍ରାମର ନରସିଂହ ନାୟକ ବୋଲି ଜଣାପଡ଼ିଛି ।

ସ୍ଥାନୀୟଲୋକେ ମୃତଦେହ ପଡ଼ିଥିବା ଦେଖି ପ୍ରଥମେ ଚମାଖଣ୍ଡି ଥାନା ଅଧୀନରେ ଥିବା ଜଗନ୍ନାଥପୁର ପୁଲିସ ଫାଣ୍ଡିକୁ ଅବଗତ କରାଇଥିଲେ। ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଉକ୍ତ ସ୍ଥାନ ଗୋପାଳପୁର ଥାନା ଅଧୀନରେ ଆସୁଥିବାରୁ ଏହା ନେଇ ପୁଣି ଥରେ ଗୋପାଳପୁର ଥାନାକୁ ଅବଗତ କରାଯାଇଥିଲା। ଶେଷରେ ଗୋପାଳପୁର ପୁଲିସ ଘଟଣ ସ୍ଥଳରେ ପହଞ୍ଚି ମୃତ ନରସିଂହଙ୍କ ପରିବାରକୁ ଏନେଇ ଅବଗତ କରାଇଥିଲେ। ଘଟଣା ନେଇ ଗୋପାଳପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବବ୍ୟବଛେଦ ପୂର୍ବକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

ସୂଚନା ଅନୁଯାୟୀ, ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ନରସିଂହ ଗତ କିଛି ଦିନ ହେବ ସୁନ୍ଦରପୁରରୁ ଚାଲିଆସି ଜଗନ୍ନାଥପୁର ଅଞ୍ଚଳରେ ବୁଲାବୁଲି କରୁଥିବାର ଜଣାପଡିଛି।

Comments are closed.