ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମଦନମୋହନ ପୁର ଦଳ ଚମ୍ପିୟାନ

ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍ କୋଳଥି ଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ହୀରାପୁର ଗ୍ରାମର ନିତ୍ୟଗୌରୀ ୟୁଥ୍ କ୍ଳବ୍ ତରଫରୁ ଆୟୋଜିତ ହେଉଥିବା ୨୦୨୧ ଆଞ୍ଚଳିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏଇ ମ୍ୟାଚରେ ଆଖ ପାଖ ଅଂଚଳର ୮ ଟି ଦଳ ଭାଗ ନେଇଥିଲେ ପ୍ରତ୍ୟେକ ଦିନ ଦିବାରାତ୍ର ଅନୁଷ୍ଠିତ ୩ ଟି ମ୍ୟାଚ୍ ସେଟରୁ ୨ ଗୋଟି ରେ ବିଜୟ ଲାଭ କରିଥିବା ଟିମ୍ ସେମି ଫାଇନାଲରେ ପ୍ରବେଶ କରିଥିଲେ।

ସେମି ଫାଇନାଲରେ ମଦନମୋହନପୁରୁ ଏବଂ ଗଞ୍ଜୁ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଅନ୍ୟପଟେ ତେର ପେଣ୍ଠ ସହିତ ଚିକରଡା ମଧ୍ୟରେ କଡ଼ା ଟକର ହୋଇଥିଲା । କଡ଼ା ଟକ୍କର ରେ ବିଜୟ ଲାଭ କରି ମଦନମୋହନ ପୁରୁ ଏବଂ ତେର ପେଣ୍ଠ ଫାଇନାଲ ରେ ପ୍ରବେଶ କରିଥଲେ ।ଆଜି ଅନୁଷ୍ଠିତ ଫାଇନାଲ ମୁକାବିଲା ମଦନମୋହନ ପୁର ଦଳ ଚମ୍ପିୟାନ ହୋଇଥିବା ବେଳେ ତେରପେଣ୍ଠ ଦଳ ରନର୍ସ ଅପ ଦଳ ଭାବରେ ପୁରସ୍କୃତ ହୋଇଥିଲେ। ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅଥିତି ରୁପେ ଭାଜାପା ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ଓ ସମାଜସେବୀ ସୁନିଲ୍ କୁମାର୍ ପାତ୍ର ଙ୍କ ସମେତ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁବାଶିଷ ସାହୁ ଓ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିବାରେ ନିତ୍ୟଗୌରି ୟୁଥ୍ କ୍ଳବ୍ର ସଭାପତି ନନ୍ଦନ ବେହେରା, ସତ୍ୟ ନାରାୟଣ ବେହେରା, ଶିଶିର ବେହେରା, ରମେଶ ବେହେରା, ଉମାଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତେରପେଣ୍ଠ ଟିମର ଖେଳାଳି ବିଟୁଙ୍କୁ ବେଷ୍ଟ ହିଟର କନ୍ଧମାଳରୁ ଆସିଥିବା ଢାମଣା ଵେଷ୍ଟ ହିଟର, ଵେଷ୍ଟ୍ ନେଟର ହିସାବରେ ଗୋଳାବନ୍ଧ ଦଳର ମହେଶ ବାବୁଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହ ମଦନମୋହନ ପୁରୁ ଟିମର ବେଷ୍ଟ ପ୍ଲେୟର ରୂପେ ବୁଲେଟ ବୁଲୁ (ରାଜା)ଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.