ଜୁଆଆଡ୍ଡା ଉପରେ ଚଢ଼ାଉ,୨୫ ହଜାର ଜବତ

ଗୋପାଳପୁର : ଗୋଳନ୍ଥରା ଥାନା ପକ୍ଷରୁ ଆଜି ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି।  ଗୋଳନ୍ଥରା ସନ୍ନିକଟ ଜାତୀୟ ରାଜପଥ ନଂ ୧୬ କଡ଼ରେ ଥିବା ହୋଟେଲ ଅର୍ଣ୍ନପୂର୍ଣାର ଏକ ରୁମ ପରିସରରେ ଚାଲିଥିବା ଏକ ଜୁଆ ଆଡ୍ଡାକୁ ଚଢ଼ାଉ କରିବାରେ ପୁଲିସ ସକ୍ଷମ ହୋଇଛି। ଏହି ଚଢଉ ସମୟରେ ପୁଲିସ ଛଅ ଜୁଆଡିଙ୍କ ସମେତ ୨୫ ହଜାର ଟଙ୍କା ଜବତ କରିଛି। ଆଜି ଅପରାହ୍ନରେ ପୁଲିସ ଖବର ପାଇ ହୋଟେଲ ଅର୍ଣ୍ନପୂର୍ଣାରେ ଚଢାଉ ସମୟରେ ଏକ ଏସି ରୁମ ପରିସରରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗୋଳନ୍ଥରା , କୋଠାର ସିଂ ଅଞ୍ଚଳର କେତକ ରାଜନୈତିକ ବ୍ୟକ୍ତିବିଶେଷ ସହ ବେପାରୀ ମାନଙ୍କୁ ପୁଲିସ କାବୁ କରିଥିବା ଜଣାପଡିଛି।

Comments
Loading...