ହାତଗୋଡ ବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ବ୍ରଜନଗରର ଏକ ଭଡ଼ା ଘରୁ ବଧବାର ହାତ ଗୋଡ ବନ୍ଧା ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଆଜି ସକାଳେ ବ୍ରଜନଗର କେତେକ ସାହି ବାସିନ୍ଦା ବନମାଳୀ ଗୈଡଙ୍କ ଭଡାଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପ୍ରଥମେ ଝରକା ପଟେ ଦେଖିବା ସମୟରେ ଘର ମଧ୍ୟରେ ଏକ ହୁକରେ ସାଢୀ ବାନ୍ଧି ଝୁଲନ୍ତା ଅବସ୍ଥାରେ ଶବ ଥିବା ଜଣାପଡିଥିଲା।

ଏ ନେଇ ଖୋଳତାଡ଼ ସମୟରେ କଟକ ଅଞ୍ଚଳର ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ସଦାନନ୍ଦ ପଣ୍ଡା (୩୮) ଗତ ଦେଢବର୍ଷ ହେବ ତାଙ୍କ ସ୍ତ୍ରୀ ଓ ଏକ ଝିଅ ସହ ଏଠାରେ ଭଡ଼ାରେ ରହିଆସୁଥିବା ଜଣାପଡ଼ିଥିଲା।  ଗତ ପନ୍ଦର ଦିନ ତଳେ ସଦାନନ୍ଦ ଓ ତାଙ୍କ ସ୍ତ୍ରୀ ଙ୍କ କଥା କଟାକଟି ହେବା ସହ ଗଣ୍ଡଗୋଳ ହୋଇଥିଲା, ଏଥିରେ ତାଙ୍କ ସ୍ତ୍ରୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସନ୍ନିକଟ ସତ୍ୟନାରାୟଣ ପୁରରେ ରହୁଥିବା ନିଜ ବାପା ମହେଶ୍ବର ପାଣିଗ୍ରାହୀଙ୍କ ଘରକୁ ଚାଲିଯାଇଥିଲେ। ଏହାପରେ  ସଦାନନ୍ଦ ଏକୁଟିଆ ଏଠାରେ ରହିଆସୁଥିଲେ। ଗତ ରବିବାର ପରଠାରୁ ଉକ୍ତ ଘର ବନ୍ଦ ରହିଥିବା ସଦାନନ୍ଦ ମଧ୍ୟ ବାହାରେ ଦେଖାଦେଇନଥିବା ଅଞ୍ଚଳ ବାସୀ କହିଛନ୍ତି। ଘଟଣା ପରେ ସତ୍ୟନାରାୟଣ ପୁରରେ ରହୁଥିବା ସଦାନନ୍ଦଙ୍କ ଶଶୁର ମହେଶ୍ୱର ଓ ତାଙ୍କ ସ୍ତ୍ରୀଙ୍କୁ ପୁଲିସ ସୂଚନା ଦେବା ସହ ଫରେନସିକ ଟିମ୍ ସହାୟତାରେ ଯାଞ୍ଚ କରିବା ସହ ଶବକୁ ଜବତ କରି ବ୍ରହ୍ମପୁର ବଡ ମେଡିକାଲର ଶବଗୃହରେ ରଖି ମୃତ ସଦାନନ୍ଦର ପରିବାରକୁ ଏ ନେଇ ଜଣାଯାଇଥିବା ନେଇ ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଏନେଇ ଥାନାରେ ୦୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା  ମୃତ୍ୟ ର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି।

Comments are closed.