‘ପରମାତ୍ମା ଶକ୍ତି ଦ୍ବାରା ସୁବର୍ଣ୍ଣ ଯୁଗର ପ୍ରସ୍ତୁତି’ ଶୀର୍ଷକ ଆଧ୍ୟାତ୍ମିକ ସମ୍ମିଳନୀ

ଗୋପାଳପୁର : ବ୍ରହ୍ମପୁର ସହର ଉପକଣ୍ଠ ରାମଚନ୍ଦ୍ର ପୁର ଠାରେ ଥିବା ପ୍ରଜାପତି ବ୍ରହ୍ମାକୁମାରୀ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ପରସିରରେ ରବିବାର ଅପରାହ୍ନରେ ‘ପରମାତ୍ମା ଶକ୍ତି ଦ୍ବାରା ସୁବର୍ଣ୍ଣ ଯୁଗର ପ୍ରସ୍ତୁତି’ ଶୀର୍ଷକ ମହାସମ୍ମିଳନୀର ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ  ମାଉଣ୍ଟ ଆବୁଇଶ୍ବରୀୟ ବିଶ୍ଵବିଦ୍ୟାଳୟର ଅନ୍ତଃରାଷ୍ଟ୍ରୀୟ ମୁଖ୍ୟ ପ୍ରଶାସିକା  ୧୦୪ ବର୍ଷିଆ ରାଜଯୋଗୀନୀ ଡ. ଦାୟୀ ଜାନକୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ମହାସମ୍ମିଳନୀର ଉଦଘାଟନ କରିଥିଲେ।

ଏହି ଅବସରରେ ସେ ପ୍ରକାଶ କରିଥିଲେ ଯେ ଆମେ ସମସ୍ତେ ଏକ,ଏକ ଆତ୍ମା ପରମାତ୍ମାଙ୍କ ଅମର ସନ୍ତାନ ଏବଂ ସାରା ବିଶ୍ୱ ଏକ ପରିବାର। ଏହି ଭାବନାକୁ ମନରେ ଧାରଣ କରିବା ଦ୍ବାରା ଜୀବନରେ ସତ୍ୟତା ସଫଳତା,ସମୟସୀମା, ନମ୍ରତା, ଧୈର୍ଯ୍ୟତା ଧାରଣ କରିବା ଦ୍ବାରା ଜୀବନରେ ସତ୍ୟତା, ସରଳତା, ସମୟସୀମା, ନମ୍ରତା, ଧୈର୍ଯ୍ୟତା ଏବଂ ମଧୁର ତାର ସଞ୍ଚାର ହୁଏ। ଏହି ସୃଷ୍ଟି ନାଟକର ପୁନରାବୃତ୍ତି ର ରହସ୍ୟକୁ ପ୍ରତିଟି ମୂହୁର୍ତ୍ତରେ ମନେ ରଖିବା ଦ୍ବାରା ସମଗ୍ର ଜଗତ ବାସୀଙ୍କ ପ୍ରତି ସ୍ବଛ, ନିର୍ମଳ ଏବଂ ନିର୍ଦ୍ଦୋଷ ମନୋବୃତ୍ତିର ନିର୍ମାଣ ହୁଏ ଯଦ୍ୱାରା ଦୈନନ୍ଦିନ ଜୀବନ ସହଜ ଓ ସରଳ ହୋଇପାରେ ବୋଲି ଦାଦାଜୀ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଲଣ୍ଡନରୁ ଆସିଥିବା ବ୍ରହ୍ମା କୁମାରୀ ଭଗ୍ନୀ ଯେମିନି, ସମ୍ମାନିତ ଅତିଥି ଭାବେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଓଡ଼ିଶା ଲୋକାୟୁତର ସଦସ୍ୟ ଦେବବ୍ରତ ସ୍ବାଇଁ, ବ୍ରହ୍ମା କୁମାରୀସ ଗଞ୍ଜାମ ଓ ଗଜପତି ର ମୁଖ୍ୟ  ମୁଖ୍ୟ ସନ୍ଚାଳକ ରାଜଯୋଗୀନୀ ବ୍ରହ୍ମା କୁମାରୀ ମଞୁ,ରିଟ୍ରିଟ ସେଣ୍ଟରର ସଞ୍ଚାଳିକା ବ୍ରହ୍ମା କୁମାରୀ ମାଳା ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ରହ୍ମାକୁମାର ଭାନୁଭାଇ ଦାଦାଜୀ ସଂଗୀତ ପରିବେଷଣ କରିଥିବା ବେଳେ ସୋନି ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି, ଆସ୍କା ଆଦି ଅଞ୍ଚଳର ଭକ୍ତ ଉପସ୍ଥିତ ରହିଥିଲେ।

Comments are closed.