ଗୋପଵନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାଵରଣ

ସାକ୍ଷୀଗୋପାଳ :  ସତ୍ୟଵାଦୀ ବ୍ଲକ ଶୁକଳ ଗ୍ରାମର ତୃତୀୟା ଦେଵ ନୋଡାଲ ବିଦ୍ୟାନିକେତନ ପ୍ରାଙ୍ଗଣରେ ଉତ୍କଳମଣି ପଣ୍ଡିତ ଗୋପଵନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଶନିବାର ଅନାଵରଣ ହୋଇଛି । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ପୂଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତି ଓ ମଣ୍ଡପ ସତ୍ୟଵାଦୀ ଵିଧାୟକ ଊମାକାନ୍ତ ସାମନ୍ତରାୟ ଉନ୍ମୋଚନ କରିଥିଲେ।   ଅନ୍ୟମାନଙ୍କ ମଧ୍ୟରେ  ଵ୍ଲକ ଚେୟାରମ୍ୟାନ ସୁନିଲ କୁମାର ପଣ୍ଡା, ଗୋପବନ୍ଧୁ ମିଶନର ସଭାପତି ଡ. ଚିତ ରଜ୍ଞନ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଊତରାୟ ପ୍ରମୂଖ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଣବ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେl

Comments are closed.