ଗୋପବନ୍ଧୁଙ୍କ ଷଠିଘରେ ଶ୍ରଦ୍ଧାଞ୍ଜଳି

0

ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷ୍ୟେ ଜନ୍ମମାଟି ଷଠିଘରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଧାୟକ ଉମାକାନ୍ତ ସାମନ୍ତରାୟ ଠାରୁ ଆରମ୍ଭ କରି ବିଭିନ୍ନ ଦଳୀୟ ରାଜନେତା ଲୋକସେବକ ମଣ୍ଡଳ ରାଷ୍ରୀୟ ସମ୍ପାଦକ ସମାଜର ପ୍ରକାଶକ ମୁଦ୍ରାକର ନିରଞ୍ଜନ ରଥ, ଅଧ୍ୟାପିକା ମନୋରମା ମହାପାତ୍ର, ଡ ପ୍ରଭାସ ଆଚାର୍ୟ୍ୟ, ରାଜେନ୍ଦ୍ର ଜେନା, ମହେଶ ମଲ୍ଲ, ଭବାନୀଶଙ୍କର ମିଶ୍ର, ମମତା ବିଶୋଇ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଏଡିଏମ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲା ସୂଚନା ଲୋକସଂପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ଵାଳ, ଅତିରିକ୍ତ ଡିପିଆରଓ ଜିତେନ୍ଦ୍ରୀୟ ଜେନା, ପ୍ରମୁଖ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାଜ ପକ୍ଷରୁ କୂଳଦେବତା ଶ୍ରୀ ରାଧାବିନୋଦ ବିହାରୀ ଦେବଙ୍କ ଆଳତିରୁ ଜ୍ୟୋତି ସଂଗ୍ରହ କରାଯାଇ ଥିଲା । ଉକ୍ତ ଜ୍ୟୋତିକୁ ଧୀରେନ୍ଦ୍ର ନାଥ ଦାସ ଙ୍କ ଠାରୁ ସମାଜ ଅନୁଷ୍ଠାନ ପକ୍ଷରୁ ଗ୍ରହଣ କରିଥିଲେ । ଏହି ଜ୍ୟୋତି ରାଜ୍ୟର ୩୦ ଜଲା ପରିକ୍ରମା କରିବ । ଭଜନ କୀର୍ତ୍ତନ ଗ୍ରାମ କଳାକାର ମାନଙ୍କ ନୃତ୍ୟ ଗୀତ ବାଜା ହରିବୋଲ ହୁଳହୁଳି ଗୋପବନ୍ଧୁ ଅମର ରହେ ସ୍ଲୋଗାନ ରେ ସୁଆଣ୍ଡୋ ଗାଁ ଆଜି ଉତ୍ସବମୁଖର ହୋଇ ଉଠିଥିଲା । ଦଶ ହଜାରରୁ ଅଧିକ ଲୋକଙ୍କ ଜନସମାଗମ ହୋଇଥିଲା ।

Leave A Reply