ମାଲକାନଗିରିରେ ‘ଗୋପବନ୍ଧୁ ଜ୍ୟୋତି’

0

ମାଲକାନଗିରି : ‘ସମାଜ’ ତରଫରୁ ରାଜ୍ୟ ପରିକ୍ରମା କରୁଥିବା ‘ଗୋପବନ୍ଧୁ ଜ୍ୟୋତି’ ମଙ୍ଗଳବାର ମାଲକାନଗିରି ଜିଲାରେ ପହଞ୍ଚିଛି। ଜିଲାରେ ‘ଗୋପବନ୍ଧୁ ଜ୍ୟୋତି’କୁ ଭବ୍ୟ ସ୍ୱାଗତ କରାଯାଇଛି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଜୁଯୁବ ବାହିନୀ ଓ ବିଭିନ୍ନ ସଂଗଠନ ତରଫରୁ ଗୋପବନ୍ଧୁ ଜ୍ୟୋତି ସହ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ବଣ୍ଡା ଜନଜାତିର ଲୋକମାନେ ନିଜର ପାରମ୍ପରିକ ନୃତ୍ୟଶୈଳୀରେ ଗୋପବନ୍ଧୁ ଜ୍ୟୋତି ସହ ପରିକ୍ରମା କରିଥିଲେ। ଜିଲାର ଆଦର୍ଶ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି।  ସମ୍ବର୍ଦ୍ଧିତ ଶିକ୍ଷକ/ଶିକ୍ଷୟିତ୍ରୀବୃନ୍ଦ (ବାମରୁ ) କାଲିମେଳା ବ୍ଲକର ରମେଶ ଚନ୍ଦ୍ର ମହାପାତ୍ର ଏବଂ ରମେଶ ପ୍ରଧାନ, ଖଇରପୁଟ ବ୍ଲକର ସୁରେନ୍ଦ୍ର ନାୟକ ଏବଂ ଏଲ୍ ରାମନାଥ, କୋରୁକୋଣ୍ଡା ବ୍ଲକର ମୀନାକ୍ଷୀ ରାଉତ, କୁଡ଼ୁମୁଲୁଗୁମ୍ମା ବ୍ଲକର ବିଦ୍ୟୁତ କୁମାର ପରିଡ଼ା ଏବଂ ଶେଷଦେବ ପ୍ରଧାନ, ମାଲକାନଗିରି ବ୍ଲକର ସୀମାଞ୍ଚଳ ପଣ୍ଡା ଏବଂ ଦୁର୍ଗାପ୍ରସାଦ ପଟ୍ଟନାୟକ, ମାଥିଲି ବ୍ଲକର ଅପର୍ତ୍ତି ବେହେରା, ପଡ଼ିଆ ବ୍ଲକର ରାମନାଥ କମାର ଏବଂ ଚନ୍ଦ୍ରକାନ୍ତି ରଣା ।

Leave A Reply