କର୍ମଭୁମି ସତ୍ୟବାଦୀରେ ଗୋପବନ୍ଧୁ ଜ୍ୟୋତିକୁ ବିପୁଳ ସମ୍ବର୍ଦ୍ଧନା

0

ସୁଆଣ୍ଡୋ : ଗୋପବନ୍ଧୁ ଜ୍ୟୋତିକୁ କର୍ମଭୁମି ସତ୍ୟବାଦୀରେ ମଙ୍ଗଳବାର ବିଭିନ୍ନ ଛାତ୍ରଛାତ୍ରୀ , ଅନୁଷ୍ଠାନ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ତଥା ଗୋପବନ୍ଧୁପ୍ରେମୀ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅତୀତର ବନବିଦ୍ୟାଳୟ ପରିସରରେ ଉଚ୍ଚବିଦ୍ୟାଳୟର ଛାତ୍ର ସିଟି ସ୍କୁଲ ଛାତ୍ରଛାତ୍ରୀ ମାନେ ଜ୍ୟୋତିକୁ ଗୋପବନ୍ଧୁଙ୍କ ଶେଷ ନିଶ୍ଵାସ ପୀଠକୁ ପାଛୋଟି ପେଇଥିଲେ । ସେଠାରେ ଜ୍ୟୋତିକୁ ଧୂପ ଦୀପ ଫୁଲ ଅର୍ପଣ କରିଥିଲେ । ଏକ ପଟୁଆରରେ ଜ୍ୟୋତିକୁ ପଞ୍ଚଶଖା ସମାଧିପୀଠକୁ ନିଆଯାଇଥିଲା। ସେଠାରୁ ଫେରିବା ବାଟରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଚକ୍ର ତଥା ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଜ୍ୟୋତିକୁ ସମ୍ବର୍ଦ୍ଧନା ଦେଇଥିଲେ। ଏଠାରୁ କାଦୁଆ ଆଶ୍ରମ ଅଭିମୁଖେ ଜ୍ୟୋତିଗାଡି ବାହାରି ଥିଲା। ଜାତୀୟ ରାଜପଥ ନିକଟରୁ ମୃଦଙ୍ଗ ବାଦ୍ୟ ଗିନି ଝାଞ୍ଜ ଆଦି ବାଜାବଜାଇ ଶତାଧିକ ଲୋକ ଜ୍ୟୋତିକୁ ସ୍ବାଗତ କରିଥିଲେ । ଆଶ୍ରମ ପରିସରରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଓକେସିଏଲର ଶଶିକାନ୍ତ ରାଉତ, ଜଗନ୍ନାଥ ବସ୍ତିଆ ରତିକାନ୍ତ ମିଶ୍ର, ଅଶୋକ ବେହେରା, ଧୀରେନ୍ଦ୍ର ନାଥ ଦାସ, ଲକ୍ଷ୍ମୀନାରାୟଣ ଦାଶ, ସତ୍ୟବାଦୀ ଦାଶ ପ୍ରମୁଖ ଜ୍ୟୋତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

Leave A Reply