ଗୋପବନ୍ଧୁଙ୍କ ଷଠିଘରୁ ଜ୍ୟୋତି ଯାତ୍ରା ଆରମ୍ଭ

ସୁଆଣ୍ଡୋ :ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ସମାଜ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜ୍ୟୋତି ଯାତ୍ରାର ଶୁଭାରମ୍ଭ ସୁଆଣ୍ଡୋରୁ ଆରମ୍ଭ କରାଯାଇଛି । ଗୋପବନ୍ଧୁଙ୍କ କୂଳଦେବତା ଶ୍ରୀରାଧା ବିନୋଦବିହାରୀ ଦେବଙ୍କ ଆଳତୀରୁ ଜ୍ୟୋତି ସଂଗ୍ରହ କରାଯାଇଥିଲା । ଜ୍ୟୋତିକୁ ଧୀରେନ୍ଦ୍ର ନାଥ ଦାସ ସମାଜ ଅନୁଷ୍ଠାନ ପକ୍ଷରୁ ଯାଇଥିବା ଡ.ପ୍ରଭାସ ଆଚାର୍ଯ୍ୟ ଓ ରାଜେନ୍ଦ୍ର ଜେନାଙ୍କୁ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ଶିକ୍ଷକ ଅଧ୍ୟାପକ ବୁଦ୍ଧିଜୀବୀ ଶତାଧିକ ଗୋପବନ୍ଧୁ ପ୍ରେମୀ ସଂକୀର୍ତ୍ତନ ହରିବୋଲ ସହ ଜ୍ୟୋତିକୁ କଟକ ଅଭିମୁଖେ ମେଲାଣି ଦେଇଥିଲେ । ରାସ୍ତାକଡରେ ଅନେକ ଲୋକ ଠିଆ ହୋଇ ଫୁଲ ପକାଇବା ସହିତ ଜ୍ୟୋତିକୁ ପ୍ରଣାମ କରୁଥିବାର ଦେଖାଯାଇଥିଲା । ଏଥିପାଇଁ ଗ୍ରାମର ପ୍ରତି ଦୁଆରେ କଳସ ବସିବା ସହିତ ଦୀପ ଜଳୁଥିଲା । ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଗ୍ରାମ ରାସ୍ତା କେନାଲ ବନ୍ଧ ଓ ନଦୀ ବନ୍ଧରାସ୍ତାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବିପୁଳ ଜନସମାଗମ ହୋଇଥିଲା ।

Comments are closed.