ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ

0

ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବରେ ସୁଆଣ୍ଡୋସ୍ଥିତ ବାସଭବନ ସମ୍ମୁଖରେ ପାଳନ କରାଯିବ। ଆସନ୍ତା ନଅ ତାରିଖରେ ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ଏହା ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ସକାଳ ୭:୩୦ ମିନିଟରେ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ,ପ୍ରଦୀପ ପ୍ରଜ୍ଜଳନ, ବେଦ ଗୀତା ଓ ଭାଗବତ ପାଠ ସହିତ ସମବେତ ପ୍ରାର୍ଥନା କରାଯିବ। ସକାଳ ନଅଟାରେ ସ୍ମୃତିଚାରଣ ସମ୍ବର୍ଦ୍ଧନା ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଅନୁଷ୍ଠିତ ହେବ । ସମସ୍ତ ଗୋପବନ୍ଧୁ ପ୍ରେମୀମାନେ ମହାମନା ଗୋପବନ୍ଧୁଙ୍କ ଜୟନ୍ତୀ ସମାରୋହରେ ଯୋଗଦାନ କରି ଷଠିଘରେ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ସ୍ମୃତିପରିଷଦ ସଭାପିତ ଧୀରେନ୍ଦ୍ର ନାଥ ଦାସ ଜଣାଇଛନ୍ତି। ଗ୍ରାମ୍ୟ ଲୋକଙ୍କର କଳା ପ୍ରଦର୍ଶନ ସହିତ ଭଜନକୀର୍ତ୍ତନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Leave A Reply