ବ୍ରଜରାଜନଗରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ବ୍ରଜରାଜନଗର  :  ବ୍ରଜରାଜନଗରରେ ଆଜି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇଏସଆଇ ଛକ ସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ଭାବେ ବିଭିନ୍ନ ସଂସ୍ଥା, ସଂଗଠନ , ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷମାନଙ୍କ ତରଫରୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ‘ସମାଜ’ ପ୍ରତିନିଧି ସଂଗ୍ରାମ ସାଏଙ୍କ ଅଧ୍ୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରତାପ କେଶରୀ ସିଂହ , ଉପନ ଚରଣ ସାହୁ , ବିଜେଡି ନେତା ତଥା ପୂର୍ବତନ କାଉନସିଲର ସତ୍ୟାନନ୍ଦ ଦାସ, ଅମୀୟ ତ୍ରିପାଠୀ, ଶିବ ପ୍ରଧାନ, ରାଜୀବ ମହନନ୍ଦ, କହ୍ନେୟା ବାଗ, ଆଶ୍ରିତ ସାହୁ, ବିଜୟ ବରାଡ଼, ସଞ୍ଜୟ ବାହୁବଳେନ୍ଦ୍ର ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କ୍ଷୀରୋଦ ରାଉତ କରିଥିଲେ ।

Comments are closed.