ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ପୂର୍ତ୍ତ ସଚିବଙ୍କ ଗୋପବନ୍ଧୁ କୋଭିଡ୍‌-୧୯ ଚିକିତ୍ସା କେନ୍ଦ୍ର ପରିଦର୍ଶନ

ଗୁରୁଡିଝାଟିଆ : ଲୋକସେବକ ମଣ୍ଡଳ ଓ ‘ସମାଜ’ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ କୋଭିଡ-୧୯ ଚିକିତ୍ସାକେନ୍ଦ୍ରର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ବରିଷ୍ଠ ପ୍ରଶାସକ ଆର.ବାଲକ୍ରିଷ୍ଣନ ଓ ପୂର୍ତ୍ତ ବିଭାଗ କମିସନର ତଥା ସଚିବ ଡାକ୍ତର କ୍ରିଶନ କୁମାର ଆସିଥିଲେ। କରୋନା ମୁକାବିଲା ପାଇଁ ଆଇସୋଲେଶନ, କ୍ୱାରେନଟାଇନ ଓ ଆଇସିୟୁ ପ୍ରକୋଷ୍ଠଗୁଡିକ ସେମାନେ ବୁଲି ଦେଖିଥିଲେ। ଚିକିତ୍ସାଳୟର ପରିବେଶ, ଭିତ୍ତିଭୂମି ଓ ସୁବ୍ୟବସ୍ଥାକୁ ଦେଖି ଉଭୟ ସନ୍ତୋଷପ୍ରକଟ କରିଥିଲେ। ମୁଖ୍ୟପରାମର୍ଶଦାତା ଶ୍ରୀ ବାଲକ୍ରିଷ୍ଣନ ଓ ପୂର୍ତ୍ତ ବିଭାଗ ସଚିବ ଡାକ୍ତର କ୍ରିଶନ କୁମାର ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଅନୁଷ୍ଠାନ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଓ ଜିଲାପାଳ ଭବାନୀଶଙ୍କର ଚଇନିଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଜିଲାପାଳ ଶ୍ରୀ ଚୟନିଙ୍କ ସହ କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁଶେଖର ମିଶ୍ର, ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ, ପୂର୍ତ୍ତବିଭାଗ ଅଧିକ୍ଷଣଯନ୍ତ୍ରୀ ଇଞ୍ଜିନିୟର ପ୍ରଦୀପକୁମାର ସାମଲ, ଆଠଗଡ ତହସିଲଦାର ତପନକୁମାର ଖୁଣ୍ଟିଆ, ସେସୁ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀଧର ମହାପାତ୍ର, ନିର୍ବାହୀଯନ୍ତ୍ରୀ ପ୍ରତାପକୁମାର ଜେନା, ସହକାରୀ ନିର୍ବାହୀଯନ୍ତ୍ରୀ ଇଞ୍ଜିନିୟର ଜୟନ୍ତ ନାୟକ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ ଅଜୟକୁମାର ନାୟକ, ସେସୁ ସହକାରୀ ନିର୍ବାହୀଯନ୍ତ୍ରୀ ସନ୍ତୋଷକୁମାର ସାମନ୍ତରାୟ, ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ସୁପରିଟେଣ୍ଡଣ୍ଟ ଡାକ୍ତର ବିଜୟକୁମାର ମିଶ୍ର, ଡିପିଏମ ବିଜୟକୁମାର ସାହୁ ପ୍ରମୁଖ ବହୁ ବରିଷ୍ଠ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଗୋପବନ୍ଧୁ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ଆରଏନ ମିଶ୍ର, ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପିସି ଦାସ, ଡାକ୍ତର ବିଏନ ଦାଶ, ଡାକ୍ତର ଶଶିଭୂଷଣ ମହାପାତ୍ର, ଡାକ୍ତର ସୁଧିର ମହାପାତ୍ର, ଡାକ୍ତର ଅଦୀତି ବିଷ୍ଣୁ ଓ ‘ସମାଜ ରିଲିଫ କମିଟି’ର ସଦସ୍ୟ ଭବାନୀପ୍ରସାଦ ମିଶ୍ରଙ୍କ ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ସେବିକାମାନେ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ ଗୋପବନ୍ଧୁ ଚିକିତ୍ସାଳୟକୁ ଜିଲାର ପ୍ରଥମ କୋଭିଡ-୧୯ ଚିକିତ୍ସାଳୟ କେନ୍ଦ୍ର ଭାବରେ ପ୍ରତିଷ୍ଠା କରି ଆଇସୋଲେଶନ, କ୍ୱାରେନଟାଇନ୍‍ ଓ ଆଇସିୟୁ ଚିକିତ୍ସା ଯୋଗାଇଦେବା ନିମନ୍ତେ ଗତ ସପ୍ତାହରେ କଟକ ଜିଲାପାଳ ଶ୍ରୀ ଚଇନି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଏଠାରେ ୧ ଶହ କ୍ୱାରେନଟାଇନ, ୧ ଶହ ଆଇସୋଲେଶନ ଓ ୫ଟି ଆଇସିୟୁ ଚିକିତ୍ସା ସୁବିଧା ଉପଲବ୍ଧ ହେବ।

Comments
Loading...