ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୋପବନ୍ଧୁ ଜୟନ୍ତୀ

0

ବଡ଼ସାହି : ଉତ୍କଳ ଶିକ୍ଷା ପରିଷଦ ମାର୍ଗଦର୍ଶନରେ ବାଣୀପୀଠ ଦ୍ୱାରା ପରିଚାଳିତ ବଡ଼ସାହି ବିବେକାନନ୍ଦ ଶିକ୍ଷା କେନ୍ଦ୍ର(ଆବାସିକ) ଠାରେ ଗୋପବନ୍ଧୁଜୟନ୍ତୀ ପାଳିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ବ୍ରଜମୋହନ ଜେନା ଯୋଗଦାନ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମାଜସେବା, ଶିକ୍ଷା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତ୍ୟାଗ ଓ ଏକନିଷ୍ଠତା ପାଇଁ ସେ ମହାନ ଜନସେବକଙ୍କ ଭିତରେ ଏକ ଆଦର୍ଶସ୍ଥାନୀୟ ପ୍ରତିନିଧି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ବକ୍ତା ଭାବରେ ପୁଷ୍ପତା ଷଡ଼ଙ୍ଗୀ, ପ୍ରଣତୀ ବେହେରା, ଜୟଶ୍ରୀ ଖଟୁଆ, ଷ୍ଟାଲିନ ମାଇତି, ସୁଚୀସ୍ମିତା ଜେନା, ନମିତା ପାତ୍ର ଓ ରୀନା ଷଡ଼ଙ୍ଗୀ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଗୋପବନ୍ଧୁଙ୍କ ଜୀବନ ଦର୍ଶନ ଓ ଅଭୁଲାସ୍ମୃତି ଉପରେ ଆଲୋକପାତ କରିଥିଲେ। ଅତୁଲ୍ୟ ସୁନ୍ଦର ଭଞ୍ଜବାବୁ, ବୀଣାପାଣି ବାରିକ, ରଞ୍ଜିତା ପାତ୍ର ଓ ପ୍ରଭଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଉତ୍କଳମଣିଙ୍କ ଉପରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରବନ୍ଧରେ ପ୍ରଥମ ଗାୟତ୍ରୀ ରାଉତ, ଦ୍ୱତୀୟ ନବଜ୍ୟୋତି ସାହୁ, ତୃତୀୟ ଯାଜ୍ଞସେନୀ ମହାନ୍ତ ଓ ବକ୍ତୃତା ପ୍ରତିଯୋଗିତାରେ ସନ୍ତୋଷୀ ରାଉତ ପ୍ରଥମ, ରାକ୍ଷୀରାଣୀ ମହାପାତ୍ର ଦ୍ୱିତୀୟ ଓ ସୁଶାନ୍ତି ବିନ୍ଧାଣୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରାରମ୍ଭରେ ବର୍ଷା ଗୁରୁମା ଓ ଲିପିକା ଗୁରୁମାଙ୍କ ତତ୍ତ୍ୱାବଧାନରେ ପିଲାମାନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜାଅର୍ଚ୍ଚନା କରିଥିଲେ। ଶେଷରେ ଇକୋକ୍ଲବ ଅଧିକାରୀ ଯୋଗେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply