ରୁପଦେଇପୁର ଗାଁ ବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

0

ସୁଆଣ୍ଡ: ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି। ସୁଆଣ୍ଡୋ – ପୁଣ୍ୟତ୍ମା ଗୋପବନ୍ଧୁଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି  ପୁରୀ ଜିଲାର ରୁପଦେଇପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ମୃତିଚାରଣ ସଭାରେ ପୁରୀ ହରହରାନନ୍ଦ ଆଶ୍ରମର ପୁଜ୍ୟ ଗୁରୁଜୀ ପରମହଂସ ପ୍ରଞ୍ଜାନନ୍ଦଜୀ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥିମାନଙ୍କ ଦ୍ଵାରା ମହାପୁରୁଷଙ୍କ ପ୍ରତିମୂର୍ତ୍ତିଟିକୁ ଲୋକାର୍ପଣ ହୋଇଥିଲା । ଉତ୍କଳ ସ୍ଵାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାଶ ସଭାପତିତ୍ୱ କରିଥିବା ବେଳେ ଧୀରେନ୍ଦ୍ର ନାଥ ଦାସ ମୁଖ୍ୟବକ୍ତା ,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ହୋତା , ଶିକ୍ଷାବୀତ ବିଜୟ କୁମାର ଦାସ , ଶିକ୍ଷାବିତ୍ କୈଳାସ ଚନ୍ଦ୍ର ମିଶ୍ର  ଗୋପବନ୍ଧୁଙ୍କ ଜୀବନାଦର୍ଶ ରେ ଛାତ୍ରଛାତ୍ରୀ ତଥା ଯୁବପୀଢି ଅନୁପ୍ରାଣିତ ହେବା ପାଇଁ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ,ସରପଞ୍ଚ,ପରିଚାଳନା କମିଟି ସଦସ୍ୟ ବୃନ୍ଦ,ବୁଦ୍ଧିଜୀବୀ,ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ୧୮୬୪ ମସିହାରେ ପ୍ରତିଷ୍ଠିତ ତତ୍କାଳୀନ ମିଡିଲଭର୍ଣ୍ଣାକୁଲାର ବିଦ୍ୟାଳୟରେ ଗୋପବନ୍ଧୁ ଅଧ୍ୟୟନ କରିଥିଲେ ।ସତ୍ୟବାଦୀ ବନପୁର ଗ୍ରାମର ଲିଙ୍ଗରାଜ ଦାଶ ପ୍ରତିମୂର୍ତ୍ତିଟି  ପ୍ରଦାନ କରିଥିଲେ ।

 

Leave A Reply