ଖଣ୍ଡିଆଗିରି ଠାରେ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ଗ୍ରାମରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ବୁଧବାର ପାଳିତ ହୋଇଯାଇଛି । ପିପିଲି ମହୋତ୍ସବ କମିଟି ଓ ହୁଙ୍କେଶ୍ୱର ଦେବ ଯୁବ ପରିଷଦ ପକ୍ଷରୁ ଖଣ୍ଡିଆଗିରି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଯୁବ ସଂଗଠିକା ରିଙ୍କି ବରାଳ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଯୁବ ସମାଜସେବୀ ବ୍ରଜକିଶୋର ପ୍ରଧାନ ଓ ଜଗବନ୍ଧୁ ଦାସ ଗୋପବନ୍ଧୁଙ୍କ କବିତା ଆବୃତ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନିଲ ବରାଳ, ଦୀପକ ପ୍ରଧାନ, ଶଙ୍କର୍ଷଣ ପ୍ରଧାନ, ଭାସ୍କର ସାହୁ, ବସନ୍ତ ପ୍ରଧାନ, ଜଗନ୍ନାଥ ସ୍ୱାଇଁ, ସୁଶାନ୍ତ ସାହୁ, ଯାଦବ ପ୍ରଧାନ, ଶ୍ରୀଧର ନାୟକ ପ୍ରମୁଖ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ପ୍ରସନ୍ନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସର ଓ ନିକଟବର୍ତ୍ତୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ସାମୁହିକ ସଫେଇ କାର୍ଯ୍ୟ କରାଯାଇଥିଲା ।

Comments are closed.