MEllora 950×100

ଗୁଗଲ୍‌ ବ୍ୟବହାରକାରୀ ସାବଧାନ! ଏକ ଛୋଟ ଭୁଲ୍‌ ପଠାଇପାରେ ଜେଲ୍‌

ଯଦି ଆପଣଙ୍କୁ କିଛି ସର୍ଚ୍ଚ କରିବାର ଅଛି କିମ୍ବା କୌଣସି ପ୍ରଶ୍ନର ସଠିକ୍ ଉତ୍ତର ଚାହୁଁଛନ୍ତି, ତେବେ ଆଜିକାଲି ଲୋକମାନେ ଗୁଗଲର ହିଁ ସାହାଯ୍ୟ ନେଉଛନ୍ତି। ଅର୍ଥାତ୍‌ ଗୁଗଲରେ ଆପଣ ଯାହା ଖୋଜନ୍ତି ତାହା ପାଇଥାଆନ୍ତି। ଲାପଟପ୍, କମ୍ପ୍ୟୁଟରଠାରୁ ଆରମ୍ଭ କରି ନିଜ ମୋବାଇଲରେ ମଧ୍ୟ ଆପଣ ଗୁଗଲ୍ ସାହାଯ୍ୟରେ ଯେକୌଣସି ତଥ୍ୟ ପାଇପାରିବେ।

ଯେତେବେଳେ ଆପଣ ଗୁଗଲରେ କିଛି ସର୍ଚ୍ଚ କରନ୍ତି, ତେବେ ଏହାକୁ ନେଇ ଗୁଗଲର କିଛି ନିଜସ୍ୱ ନିୟମ ଏବଂ ସର୍ତ୍ତାବଳୀ ରହିଛି। ଏଭଳି ପରିସ୍ଥିତିରେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଯେତେବେଳେ ଆପଣ ଗୁଗଲ ବ୍ୟବହାର କରୁଛନ୍ତି, ସେତେବେଳେ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଆପଣଙ୍କର ଏକ ଛୋଟ ଭୁଲ ଆପଣଙ୍କୁ ଜେଲ ପଠାଇପାରେ। ତେବେ ଆସନ୍ତୁ ଜାଣିବା, ଗୁଗଲ ବ୍ୟବହାର ସମୟରେ କେଉଁ କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ଏବଂ ଗୁଗଲ୍‌ରେ କ’ଣ କରିବା ଅନୁଚିତ୍..

୧. ଯଦି ଆପଣ ରିଲିଜ୍ ତାରିଖ ପୂର୍ବରୁ ଏକ ଚଳଚ୍ଚିତ୍ରକୁ ଅନଲାଇନ ଲିକ୍ କରନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। କାରଣ ଏପରି କରିବା ଏକ ଦଣ୍ଡନୀୟ ଅପରାଧ। ଯଦି ଆପଣ ପାଇରେସି କିମ୍ବା ଲିକ୍ ଫିଲ୍ମକୁ ଡାଉନଲୋଡ୍ କରନ୍ତି, ତେବେ ଏହା ମଧ୍ୟ ଏକ ଅପରାଧ ବର୍ଗରେ ଆସିଥାଏ। ଭାରତ ସରକାର ସିନେମାଟୋଗ୍ରାଫି ଆକ୍ଟ ୧୯୫୨କୁ ଅନୁମୋଦନ କରିଛନ୍ତି। ଏହି ନିୟମ ଅନୁସାରେ, ଫିଲ୍ମ ଲିକ୍ କରିବା ଏକ ଅପରାଧ। ନିୟମାନୁଯାୟୀ, ଯଦି ଆପଣ ପ୍ରେକ୍ଷାଳୟରେ ଫିଲ୍ମ ରେକର୍ଡ଼ିଂ କରନ୍ତି ଏବଂ ଏହାର ବ୍ୟବସାୟ କରନ୍ତି, ତେବେ ଏପରି ପରିସ୍ଥିତିରେ ଆପଣଙ୍କୁ ୩ ବର୍ଷ ଜେଲ୍ ହେବା ସହ ୧୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡ଼ିପାରେ।

୨. ବୋମା ତିଆରି ସମ୍ବନ୍ଧୀୟ ପ୍ରକ୍ରିୟା ବିଷୟରେ ଭୁଲ୍‌ରେ ବି କେବେ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। ଯଦି ଆପଣ ଗୁଗଲରେ ବୋମା ତିଆରି ପ୍ରକ୍ରିୟା ବିଷୟରେ ସର୍ଚ୍ଚ କରନ୍ତି, ତେବେ ଆପଣ ସୁରକ୍ଷା ଏଜେନ୍ସିମାନଙ୍କ ନଜରକୁ ଆସିଥାନ୍ତି। ଏହା ଦ୍ବାରା ଆପଣ ଅସୁବିଧାରେ ପଡ଼ିପାରନ୍ତି ଏବଂ ଜେଲ୍ ମଧ୍ୟ ଯାଇ ପାରନ୍ତି।

୩. ଗୁଗଲରେ କେବେବି କାହାର ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ଶେୟାର କରନ୍ତୁ ନାହିଁ। ଯଦି ଆପଣ ଇଣ୍ଟରନେଟରେ କୌଣସି ଝିଅ କିମ୍ବା ପୁଅର ଫଟୋ ଏବଂ ଭିଡିଓ ଲିକ୍ କରନ୍ତି, ତେବେ ଏହା ଗୁରୁତର ଅପରାଧ ବର୍ଗରେ ଆସିଥାଏ। ଏପରି କରିବା ଦ୍ବାରା ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ। ତେଣୁ ଏପରି କରନ୍ତୁ ନାହିଁ।

 

Comments are closed.