ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଗୁଗୁଲ ମିଟରେ ମିଳିବ ମାଗଣା ସେବା

ନିଜ ଉପଭୋକ୍ତାଙ୍କ ନିମନ୍ତେ ଗୁଗୁଲ ଘୋଷଣା କରିଛି ବଡ଼ ଖୁସି ଖବର । ଗୁଗୁଲ ମିଟର ଯେଉଁ ମାଗଣା ସେବା ୩୦ ସେପ୍ଟେମ୍ବରରେ ଶେଷ କରାଯିବାକୁ ଘୋଷଣା ହୋଇଥିଲା ତାହାକୁ ମାର୍ଚ୩୧, ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଘୁଞ୍ଚାଇ ଦେଇଛି । ଅର୍ଥାତ ଗ୍ରାହକମାନେ ଗୁଗୁଲ୍ ମିଟ୍ ମାଗଣା ସେବା ଆଉ ୬ ମାସ ପାଇପାରିବେ ।

କରୋନା ସଂକ୍ରମଣ ସମୟରେ ୱାର୍କ ଫ୍ରମ୍ ହୋମ ସ୍ଥିତିକୁ ଦେଖି ଗୁଗୁଲ ଚଳିତ ବର୍ଷ ଏପ୍ରିଲ ମାସରୁ ସମସ୍ତଙ୍କ ନିମନ୍ତେ ଗୁଗୁଲ ମିଟ୍ ବ୍ୟବହାର ନିମନ୍ତେ କୌଣସି ଦେୟ ନିଆଯିବ ନାହିଁ ବୋଲି ଘୋଷଣା କରିଥିଲା । ଦିନକୁ ଗ୍ରାହକମାନଂକୁ ୬୦ ମିନିଟ୍ ମାଗଣା କଲିଂ ବ୍ୟବସ୍ଥା ସୁବିଧା ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ମାତ୍ର ଏ​‌ବେ ଏହାକୁ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଏବଂ ସେବାକୁ ଅସୀମିତ କରାଯିବ ବୋଲି କୁହାଯାଇଛି ।

କମ୍ପାନୀ ନିଜର ବ୍ଲଗ ପୋଷ୍ଟରେ କହିଛି ଯେ ଚଳିତ ବର୍ଷ ଛୁଟିରେ ପରିବାର ସହ ମିଳାମିଶା ଭିଡ଼ିଓରେ ହେଉଛି । ବିବାହ ଆଦି କାର୍ଯ୍ୟକ୍ରମ ଭିଡ଼ିଓ କଲିଂରେ କରାଯାଉଛି । ଆମେ ଲୋକଙ୍କୁ ସହାୟତା କରିବାକୁ ଚାହୁଁଛୁ, ତେଣୁ ଜି ମେଲ ଆକାଉଣ୍ଟରେ ନିଜର ଅସୀମିତ କଲ (୨୪ ଘଣ୍ଟା ପର୍ଯ୍ୟନ୍ତ) ୨୦୨୧ ମସିହା ମାର୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Comments are closed.