ଗୁଗୁଲ ଓ ଇନଷ୍ଟାଗ୍ରାମକୁ ମୋଟା ଅଙ୍କର ଜୋରିମାନା

ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଗୁଗୁଲ: କୋର୍ଟ

ନୂଆଦିଲ୍ଲୀ: ଗୁଗୁଲ ଓ ଇନଷ୍ଟାଗ୍ରାମକୁ ଜୋରିମାନା । ଆତଙ୍କବାଦକୁ ପ୍ରୋତ୍ସାହିତ ଅଭିଯୋଗରେ ଗୁଗୁଲ ଓ ଇନଷ୍ଟାଗ୍ରାମକୁ ଜୋରିମାନା କରିଛନ୍ତି ଋଷ କୋର୍ଟ । ଶକ୍ରବାର ଦିନ ଋଷ କୋର୍ଟ ଗୁଗୁଲ ଉପରେ ୯୮ ମିଲିୟନ ଡଲାର ଅର୍ଥାତ ପ୍ରାୟ ୭୩୯ କୋଟି ଟଙ୍କା ଜୋରିମାନା କରିଛନ୍ତି । ଗୁଗୁଲର ସର୍ଚ୍ଚରେ ଦେଖାଯାଉଥିବା ବିଷୟବସ୍ତୁ ଉପରେ ସରକାରଙ୍କ ନିଷେଧାଦେଶ ଓ ଚେତାବନୀ ପରେ ମଧ୍ୟ ଗୁଗୁଲ ସେହି ବିଷୟବସ୍ତୁକୁ ହଟାଇ ନଥିବାକୁ ନେଇ କୋର୍ଟ ଅସନ୍ତୋଷ ହେବା ସହ ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମଧ୍ୟ କୋର୍ଟ ସମାନ ଅଭିଯୋଗ ଇନଷ୍ଟାଗ୍ରାମ ଉପରେ ଆଣିଛନ୍ତି । ଇନଷ୍ଟାଗ୍ରାମକୁ ୨୭.୧୫ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୦୫ କୋଟି ଟଙ୍କା ଜୋରିମାନା କରିଛନ୍ତି।

ଇନଷ୍ଟାଗ୍ରାମ ପେଜରୁ ୨୦୦୦ରୁ ଅଧିକ ନିଷେଧ ବିଷୟବସ୍ତୁ ହଟାଇନାହିଁ । ଡ୍ରଗ୍ସ ବ୍ୟବହାର, ଅସ୍ତ୍ରଶସ୍ତ୍ର ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଇନଷ୍ଟାଗ୍ରାମ ଉପରେ ଅଭିଯୋଗ ଆଣିଛନ୍ତି ଋଷ କୋର୍ଟ । ଋଷ କୋର୍ଟଙ୍କ କହିବା ଅନୁଯାୟୀ, ଏହି ସବୁ ବିଷୟବସ୍ତୁ ଉପରେ ସରକାର ପ୍ରତିବନ୍ଧକ ଲାଗଇଛନ୍ତି  । ହେଲେ ଏହା ସୋସିଆଲ ମିଡିଆରେ ହଟାଯାଇନାହିଁ । ଚଳିତ ବର୍ଷ ଟେକ୍ କମ୍ପାନୀଗୁଡିକ ଉପରେ ଋଷ କୋର୍ଟ କଡ଼ା ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଗୁଗୁଲକୁ ପ୍ରାୟ ୩ କୋଟି ଟଙ୍କାର ଜୋରିମାନା ହୋଇଥିଲା । ଏନେଇ ଗୁଗୁଲ କହିଛି, କୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରିବ । ଏବଂ ପରବର୍ତ୍ତୀ ପଦକ୍ଷେପ ଉପରେ କାମ କରିବ । ଡ୍ରଗ୍ସ ବ୍ୟବହାର, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସମ୍ବନ୍ଧୀୟ ବିଷୟବସ୍ତୁ ହଟାଇବାରେ ବିଫଳ ହୋଇଥିବା ଅଭିଯୋଗ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଋଷ କର୍ତ୍ତୃପକ୍ଷ କ୍ରମାଗତ ଭାବରେ ଚାପ ପକାଉଛନ୍ତି ବୋଲି ଗୁଗୁଲ କହିଛି ।

Comments are closed.