ବନ୍ଦ ହେବ ଗୁଗୁଲ ପ୍ଲସ: ୫ଲକ୍ଷ ଲୋକଙ୍କ ଡାଟା ଲିକ୍‍

0

ନୂଆଦିଲ୍ଲୀ: ଗୁଗୁଲର ସୋସିଆଲ ନେଟୱାର୍କ ଟୁଲ “ଗୁଗୁଲ ପ୍ଲସ’ବେଶ୍‍ କିଛି ମାସ ଧରି ଡାଟା ଲିକ୍‍ ହେଉଥିଲା। ଏକ ଅନୁମାନ ଅନୁଯାୟୀ ଅନୁନ୍ୟ ୫ଲକ୍ଷ ଲୋକଙ୍କ ଡାଟା ଏହି ସମୟସୀମା ମଧ୍ୟରେ ଲିକ୍‍ ହୋଇଯାଇଛି। ଏଥିପାଇଁ ଗୁଗୁଲ ଏକ ଭାଇରସକୁ ଦାୟୀ କରିଛି। ଏ ସମ୍ପର୍କରେ ଜଣା ପଡ଼ିବା ପରେ ଗୁଗୁଲ କର୍ତ୍ତୁପକ୍ଷ ଏହାକୁ ସଜାଡ଼ି ଦେଇଛନ୍ତି। ଲୋକଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ବାରମ୍ବାର ସମାଲୋଚିତ ହେଉଥିବା ଗୁଗୁଲ ଉକ୍ତ ସର୍ଭିସକୁ ବନ୍ଦ କରିବାକୁ ସୋମବାର ନିଷ୍ପତ୍ତି ନେଇଛି।
ଆମେରିକାର ଏକ କମ୍ପାନୀର ସୂଚନା ଅନୁଯାୟୀ ଗୁଗୁଲର ଉକ୍ତ ସେବା ଫେସବୁକକୁ ଚ୍ୟାଲେଞ୍ଜ ଦେବା ପାଇଁ ନିର୍ମାଣ କରାଯାଇ ଥିଲା। ତେବେ ତାହା ସେ ତୁଳନାରେ ଲୋକପ୍ରିୟ ହୋଇ ପାରି ନଥିଲା। ସପ୍ଟୱେରରେ ଅନିୟମିତା ହେତୁ ୨୦୧୫ରୁ ୨୦୧୮ ମଧ୍ୟରେ ଅନ୍ୟାନ୍ୟ ଡେଭଲପର ଗୁଗୁଲ ପ୍ଲସ ସେବା ମଧ୍ୟରେ ପ୍ରବେଶ କରିଥିଲେ। ସେମାନେ ଗୁଗୁଲ ପ୍ଲସ ଡାଟା ଚୋରି କରିଥିବା ସନ୍ଦେହ କରାଯାଉଛି।

Leave A Reply