ଦୁନିଆକୁ ଭିଡିଓ ଦେଖାଇଥିଲେ ଏହି ବ୍ୟକ୍ତି, ଗୁଗଲ କଲା ଡୁଡଲ

ନୂଆଦିଲ୍ଲୀ: ଆଜିକାଲି ଭିଡିଓ ବା ସିନେମା ନିର୍ମାଣ କରିବା କିଛି ବଡ କଥା ନୁହେଁ। ଏହା ବହୁତ ସାଧାରଣ ହୋଇଗଲାଣି। ଏହାର ଆରମ୍ଭ ଏତେ ସହଜ ନଥିଲା। ଅନେକ ଗବେଷଣା ପରେ ଭିଡିଓ ନିର୍ମାଣର ଆରମ୍ଭ ହୋଇଥିଲା। ଆଜି ଆମେ ସେହି ବ୍ୟକ୍ତି ବିଷୟରେ ଜାଣିବା ଯିଏ ଆମକୁ ଭିଡିଓ ଦେଖାଇଛନ୍ତି।

ସେହି ବ୍ୟକ୍ତି ହେଉଛନ୍ତି ବେଲଜିୟମ୍‌ର ଭୌତିକ ଶାସ୍ତ୍ରୀ ଜୋସେଫ ଆଣ୍ଟୋନି ଫର୍ଡ଼ିନେଣ୍ଡ ପ୍ଲେଟ୍ୟୁ। ୧୮୦୧ ମସିହା ଅକ୍ଟୋବର ୧୪ରେ ଜୋସେଫ ଆଣ୍ଟୋନି ବେଲଜିୟମ୍‌ର ବ୍ରସେଲ୍ସରେ ଜନ୍ମ ଗ୍ରହଣ କରିଥିଲେ। ଆଜି ତାଙ୍କର ୨୧୮ତମ ଜନ୍ମ ଜୟନ୍ତୀ ଅବସରରେ ଗୁଗୁଲ ପକ୍ଷରୁ ଡୁଡଲ ସମର୍ପିତ କରାଯାଇଛି।

ଜୋସେଫ ପ୍ଲେଟ୍ୟୁ ନିଜ ସନ୍ଦର୍ଭ ମାଧ୍ୟମରେ ଦୁନିଆକୁ ଜଣାଇଥିଲେ ଯେ ଆମ ଆଖିର ଦୃଷ୍ଟିପଟଳ (ରେଟିନା)ରେ ପ୍ରତିଛବି କିଭଳି ସୃଷ୍ଟି ହୁଏ। ଏହି ପ୍ରତିଛବି ଦୃଷ୍ଟିପଟଳରେ କେତେ ସମୟ ରହିପାରିବ। ଆଖି କିଭଳି ସେହି ଛବିର ରଙ୍ଗ ବୁଝିପାରିବ। ଏହି ସବୁ ନିଷ୍କର୍ଷ ବା ସିଦ୍ଧାନ୍ତ ଆଧାରରେ ସେ ୧୮୩୨ରେ ଏକ ଷ୍ଟ୍ରୋବୋସ୍କୋପିକ୍ (Stroboscopic) ଉପକରଣ ପ୍ରସ୍ତୁତ କରିଥିଲେ ଯେଉଁଥିରେ ଦୁଇଟି ଡିସ୍କ ଲଗାଇଥିଲେ। ଏହା ପରେ ସେ ଫିନେକିଷ୍ଟିସ୍କୋପ (Phenakistiscope) ଆବିଷ୍କାର କରିଥିଲେ। ଏହି ଉପକରଣ ମାଧ୍ୟମରେ ସିନେମା ଓ ଭିଡିଓର ଆବିଷ୍କାର ହୋଇଥିଲା।

ଗୁଗଲ ସୂଚନା ଅନୁଯାୟୀ ପରବର୍ତ୍ତୀ ମୂହୁର୍ତ୍ତରେ ଜୋସେଫ ପ୍ଲେଟ୍ୟୁ ନିଜ ଆଖିର ଜ୍ୟୋତି ହରାଇ ବସିଥିଲେ। ଏହା ପରେ ମଧ୍ୟ ସେ ବିଜ୍ଞାନ ଜଗତରେ ନିଜ ଗବେଷଣା ଜାରି ରଖିଥିଲେ । ଏଥିରେ ତାଙ୍କ ପୁଅ ଓ ଜ୍ବାଇଁ ମଧ୍ୟ ସାହାଯ୍ୟ କରିଥିଲେ ।

Comments are closed.