ଗୁଗୁଲ୍‌ ସର୍ଚ୍ଚରେ ‘ଅନିଦ୍ରାର କାରଣ’ ଖୋଜାଚାଲିଛି

ଲକ୍-ଡାଉନ୍ ସମୟରେ ଅଧିକାଂଶ ଲୋକ ଇଣ୍ଟରନେଟ୍‌ ସର୍ଚ୍ଚରେ ଅଧିକ ସମୟ ଅତିବାହିତ କରୁଥିଲେ। ଯୁବପିଢ଼ି ନିଜ କାମ ସଂକ୍ରାନ୍ତରେ ଏହାର ବ୍ୟବହାର କରୁଥିବାବେଳେ ଛୋଟ ପିଲା ଗେମ୍‌‌ରେ ଓ ବୟସ୍କପିଢ଼ି ମନୋରଞ୍ଜନ ନିମନ୍ତେ ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ। ଏପ୍ରିଲ୍‌ରୁ ମେ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ୬୧% ଲୋକ ନିଦ୍ରାହୀନତାର କାରଣ ଓ ଭଲ ନିଦ ନିମନ୍ତେ ଉପଚାର ତଥ୍ୟ ଗୁଗୁଲ୍ ସାଇଟ୍‌ରେ ଖୋଜିଥିବାର ପ୍ରକାଶ। ଦିଲ୍ଲୀ ନିବାସୀ ୮୧ ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ହରବିନ୍ଦର ସିଂ ଓ ତାଙ୍କ ପତ୍ନୀ ଅନ୍-ଲାଇନ୍ ଜରିଆରେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ, ଭଲ ନିଦ କିପରି ହେବ? ବୟସ୍କ ହେବା ସତ୍ତ୍ବେ ସ୍ବାମୀ-ସ୍ତ୍ରୀ ଦୁହେଁ ବେଶ୍ ତତ୍ପର। ନିୟମିତ ନିକଟସ୍ଥ ପାର୍କ ଯାଇ ଲାଫିଙ୍ଗ୍ କ୍ଲବ୍‌‌ରେ ଯୋଗ ଦେବା ପରେ ଅନ୍ୟ ବୟସ୍କ ବନ୍ଧୁଙ୍କ ସହ କଥାବାର୍ତ୍ତା ହୋଇ ଘରକୁ ଫେରିବା ସେମାନଙ୍କ ଦୈନିକ ରୁଟିନ୍ ଥିଲା। ଏଇ ଲକ୍-ଡାଉନ୍ ସହ କରୋନା ଭୟରେ ସେମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଘରେ ବସି କ’ଣ ବା କରିବେ? ଟିଭି ଦେଖି, ଇଣ୍ଟରନେଟ୍‌ରେ ସମୟ ଅତିବାହିତ କରିବା ପରେ ଦୁହିଁଙ୍କୁ ରାତିରେ ଭଲ ନିଦ ହେଉନଥିଲା। ଏଇ ଅସୁବିଧା ଅନ୍ୟମାନଙ୍କ ଠାରେ ମଧ୍ୟ ପରିଲକ୍ଷିତ ହୋଇଛି। ଯୁବପିଢ଼ିଙ୍କ ଅଭିଯୋଗ ସମାନ। ଘରେ ଖାଇପିଇ ବସି ରହିବା ଦ୍ବାରା ନିଦ ପ୍ରଭାବିତ ହେଲା। ଶେଷରେ ଗୁୁଗୁଲ୍ ଜରିଆରେ ଲୋକେ ସର୍ଚ୍ଚ କରୁଛନ୍ତି, ଭଲ ନିଦର ଉପାୟ?

Comments are closed.