ସେମିଫାଇନାଲରେ ବିଜୟୀ ହେବା ନେଇ କ୍ରୀଡ଼ା ମନ୍ତ୍ରୀଙ୍କ ଶୁଭକାମନା

ନୂଆଦିଲ୍ଲୀ  :  କ୍ରିକେଟ୍ ବିଶ୍ବକପ୍‌ ସେମିଫାଇନାଲରେ ବିଜୟୀ ହେବା ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍‌ଜୁ ଭାରତୀୟ ଦଳ ଶୁଭକାମନା ଜଣାଇଛନ୍ତି । ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ବକପ୍‌ରେ ଭାଗ ନେଉଥିବା ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଦଳ ବର୍ତ୍ତମାନ ସୁଦ୍ଧା ଯେପରି ପ୍ରଦର୍ଶନ କରିଛି ତାହାକୁ ନେଇ କ୍ରୀଡ଼ା ମନ୍ତ୍ରୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଦଳ ସେମିଫାଇନାଲରେ ବିଜୟୀ ହେବା ନେଇ ଶ୍ରୀ ରିଜ୍‌ଜୁ ଶୁଭକାମନା ଜଣାଇଛନ୍ତି।
ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା କ୍ରୀଡ଼ା ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଶ୍ରୀ ରିଜ୍‌ଜୁ ସିକେ ଖାନ୍ନାଙ୍କୁ ଟିମ୍‌ ଇଣ୍ଡିଆ ଉଦ୍ଦେଶ୍ୟରେ ଏକ ପତ୍ର ଦେଇଥିଲେ।  ଏହି ପତ୍ରରେ ସେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅନ୍ୟାନ୍ୟ ଖେଳାଳିଙ୍କୁ ଶୁଭକାମନା ​ଜଣାଇଛନ୍ତି । ଭାରତୀୟ କ୍ରିକେଟର୍‌ଙ୍କ କ୍ରୀଡ଼ା ନୈପୁଣ୍ୟ, ପେସାଦାର ମନୋଭାବ, ଖେଳୁଆଡ଼ ମନୋଭାବକୁ ସେ ଉଚ୍ଚପ୍ରଶଂସା କରିଛନ୍ତି । ଦଳ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ କୋଟି କୋଟି ଭାରତୀୟ ପ୍ରଶଂସକ ଚାହିଁ ରହିଛନ୍ତି । ସେମିଫାଇନାଲ ଜିତି ଦଳ ଫାଇନାଲରେ ପ୍ରବେଶ କରି ଚମ୍ପିଆନ୍ ହେଉ ବୋଲି ପ୍ରଶଂସକମା​ନେ ‌ଆଶା ରଖିଛନ୍ତି। ଭାରତୀୟ କ୍ରିକେଟର୍‌ ସେମାନଙ୍କ ଆଶାକୁ ନିଶ୍ଚିତ ଭାବେ ପୂରଣ କରିବେ । ପୂର୍ବରୁ ଭାରତୀୟ ଦଳ ୧୯୮୩ ଓ ୨୦୧୧ରେ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ଚଳିତ ବିଶ୍ବକପ୍‌ରେ ପୁନର୍ବାର ଚମ୍ପିଆନ୍ ହେବା ଆଶା ରଖିଛି।

Comments are closed.