ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

୪ ଦିନ ପର୍ଯ୍ୟନ୍ତ କୋଇଲା ପରିବହନରେ ସମସ୍ୟା

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲାଜକୁରା କୋଲ ସାଇଡିଙ୍ଗ ରେ ବିନା ଇଞ୍ଜିନରେ ମାଲବାହୀ ଟ୍ରେନ୍ ପ୍ରାୟ ୧ କିଲୋମିଟର ଯିବାପରେ ଓଲଟି ପଡିଥିବା ସୂଚନା ମିଳିଛି l
ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୪ଟାରେ କୋଇଲା ବୋଝେଇ ହୋଇ ରହିଥିବା ୬୦ଟି ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଆପେ ଆପେ ଗଡିଯାଇଥିଲା । ଲଜକୁରା କୋଲ ସାଇଡିଂରୁ ଟ୍ରେନ୍ ଯାଇ ଇବ୍ ପିଟ୍ ନିକଟରେ ଓଲଟିପଡିଥିଲା । ଫଳରେ ଟ୍ରାକରୁ ୪ଟି ବଗି ତଳକୁ ଖସି ଯାଇଥିଲା । ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହେବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୋଇଲା ପରିବହନରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ଏହି ଦୁର୍ଘଟଣା ଯୋଗୁଁ ଏମସିଏଲର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଥିବା ବେଳେ ଟ୍ରେନ ଓ କୋଇଲା ଉଦ୍ଧାର କାର୍ଯ୍ୟ ଜାରି ରହିଛି l

Comments are closed.