କର୍ଫ୍ୟୁ ନମାନି ପ୍ରସୂତିଙ୍କୁ ଡାକ୍ତରଖାନାରୁ ନେଲେ ଅଟୋ ଚାଳକ , ଛୁଟିଲା ପ୍ରଶଂସାର ସୁଅ

ଗୌହାଟୀ .- ଆସାମର ହୈଲାକାଣ୍ଡିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେବାରୁ କର୍ଫ୍ୟୁ ଲଗାଯାଇଥିଲା । ଏହି ସମୟରେ କାହାରିକୁ ବାହାରକୁ ବାହାରିବା ମନା କରାଯାଇଥିଲା । ଜଣେ ଗର୍ଭବତୀ ଏହି ସମୟରେ ପ୍ରସବ ବେଦନା ପାଇଥିଲେ । ଏହି ସମୟରେ ଆମ୍ବୁଲାନ୍ସ ଆସିପାରି ନଥିଲା । କର୍ଫ୍ୟୁକୁ ଖାତିରି ନକରି ମକବୁଲ ଏକବାଲ ନାମକ ଅଟୋ ଚାଳକ ପ୍ରସୂତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ।
ମହିଳାଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଶିଶୁ ପୁତ୍ରର ପିତା ରୁବେନ ଦାସ, ଇକବାଲଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ସେ ନିଜ ପୁଅର ନାମ ଶାନ୍ତି କିର୍ତ୍ତୀ ରଖିଛନ୍ତି ।

Comments are closed.