ଏମାନଙ୍କୁ ଦେଖିଲେ ଶୁଭ

ଝିଟିପିଟି, ଚୁଚୁନ୍ଦ୍ରା, ବିଲେଇ ଆଦି ଦେଖିଲେ ବିରକ୍ତ ଲାଗେ। ତେବେ ଦୀପାବଳି ଅବସରରେ ଭକ୍ତିପୂର୍ଣ୍ଣ ମନରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଯଦି ଏଗୁଡିକ ମଧ୍ୟରୁ କାହାକୁ ଦେଖିପାରନ୍ତି, ତେବେ ଜାଣିବେ ଆପଣଙ୍କ ପ୍ରତି ଦେବୀଙ୍କ କୃପା ରହିଛି।
ଝିଟିପିଟି: ସାଧାରଣତଃ ଘର କାନ୍ଥରେ ପ୍ରାୟ ପ୍ରତିଦିନ ଝିଟିପିଟି ଦେଖିବାକୁ ମିଳନ୍ତି ଏବଂ ଏଗୁଡିକୁ ଦେଖିଲେ ଭୟ ଲାଗେ। ହେଲେ, ଦୀପାବଳି ଦିନ ଲକ୍ଷ୍ମୀ ପୂଜା ପରେ ଘରର କୌଣସି କାନ୍ଥ କି କୋଣରେ ଝିଟିପିଟି ଦେଖିଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଛି ବୋଲି ଜାଣିବେ। ଏହିଦିନ ଝିଟିପିଟି ମୁଣ୍ଡ ଉପରେ ଖସିପଡିଲେ ଆଗାମୀ ଦିନରେ ଚାକିରିରେ ଉଚ୍ଚପଦ ମିଳିବାର ସମ୍ଭାବନା ଅଛି ବୋଲି ବିଶ୍ବାସ କରାଯାଏ।
ଚୁଚୁନ୍ଦ୍ରା: ଘରେ ଚୁଚୁନ୍ଦ୍ରା ଦେଖିବାକୁ ପ୍ରାୟତଃ ନାପସନ୍ଦ କରାଯାଏ। ହେଲେ, ଦୀପାବଳି ଦିନ ଯଦି ଚୁଚୁନ୍ଦ୍ରା ଦେଖାଯାଏ ତା’ହେଲେ ଏହା ଧନପ୍ରାପ୍ତିର ସୂଚନା। ଚୁଚୁନ୍ଦ୍ରା ଦୀପାବଳି ଦିନ ସମୃଦ୍ଧି ନେଇ ଆସେ ଏବଂ ଏହାକୁ ଦେଖିଲେ ବ୍ୟବସାୟ ଓ ରୋଜଗାରରେ ବୃଦ୍ଧି ହୁଏ ବୋଲି ମାନ୍ୟତା ରହିଛି।।
ବିଲେଇ: ଦୀପାବଳି ଦିନ ଯଦି ବିଲେଇ ଘରକୁ ଆସିଲା କିମ୍ବା ଏହାକୁ ଦେଖିଲେ, ତେବେ ଘରକୁ ସୁଖଶାନ୍ତି ଆସିଥାଏ ବୋଲି ବିଶ୍ବାସ କରାଯାଏ। ଏହିଦିନ ବିଲେଇ ଯଦି ଘରେ ପଶି ରଖାଯାଇଥିବା କ୍ଷୀର ପିଇଦିଏ, ତେବେ ଏହାକୁ ଘଉଡାଇବା ଅନୁଚିତ।
ପେଚା: ମହାଲକ୍ଷ୍ମୀଙ୍କ ବାହନ ପେଚା। ପେଚା ସାଧାରଣତଃ ରାତିରେ ବାହାରେ। ତେବେ ଦୀପାବଳି ରାତିରେ ଆଲୋକମାଳା ଏବଂ ବାଣ ଶବ୍ଦରେ ପେଚା ଦେଖିବା କଷ୍ଟ। ଏହା ସତ୍ତ୍ବେ ଦେଖାଗଲେ, ଲକ୍ଷ୍ମୀଙ୍କ କୃପା ଏବଂ ସୁଖପ୍ରାପ୍ତିର ସୂଚନା ଦିଏ।
ଗାଈ: ଦୀପାବଳି ଦିନ ବିଶେଷକରି ନାଲି ରଙ୍ଗର ଗାଈ ଦେଖାଗଲେ ବିପଦରୁ ମୁକ୍ତି ମିଳେ ଏବଂ ବର୍ଷସାରା ଘରେ ଶାନ୍ତି ରହେ ବୋଲି ମାନ୍ୟତା ରହିଛି।

Comments are closed.