ବକ୍ସ ଅଫିସରେ କମାଲ୍‍ କରୁଛି ‘ଗୁଡ୍‍ ନ୍ୟୁଜ୍‍’: ଜାଣନ୍ତୁ ୨ ଦିନର ଆୟ

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ କାରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡ୍‍ ନ୍ୟୁଜ୍‍’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ୧୭ କୋଟି ୫୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଦ୍ୱିତୀୟ ଦିନରେ ଚଳଚ୍ଚିତ୍ରର ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଚଳଚ୍ଚିତ୍ର ଦ୍ୱିତୀୟ ଦିନରେ ୨୧ କୋଟି ୭୮ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଏହା ସହିତ ୨ ଦିନରେ ଚଳଚ୍ଚିତ୍ରର ମୋଟ୍‍ ଆୟ ୩୯ କୋଟି ୩୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମ ଜରିଆରେ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ରବିବାରର ଆୟ ଉପରେ ଏବେ ନିର୍ମାତାଙ୍କ ନଜର ରହିଛି। ତୃତୀୟ ଦିନ ଅର୍ଥାତ୍‍ ରବିବାର ସୁଦ୍ଧା ଚଳଚ୍ଚିତ୍ରର ଆୟ ୬୫ କୋଟିରେ ପହଞ୍ଚିବାର ଆଶା କରାଯାଉଛି ବୋଲି ତରଣ କହିଛନ୍ତି।

ସୂଚନାଯୋଗ୍ୟ, ରାଜ ମେହେତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦିଲ୍‍ଜିତ୍‍ ଦୋସାଂଝ୍‍ ଓ କିୟାରା ଆଡ଼ଭାଣୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.