‘ଗୁଡ୍‍ ନ୍ୟୁଜ୍‍’ ମୁକ୍ତିଲାଭ ପାଇଁ ନୂଆ ତାରିଖ ଘୋଷଣା

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡ୍‍ ନ୍ୟୁଜ୍‍’ର ନୂଆ ମୁକ୍ତିଲାଭ ତାରିଖ ଘୋଷଣା ହୋଇଛି। ଏହା ଚଳିତ ବର୍ଷ ୨୭ ଡିସେମ୍ବରରେ ପରଦାକୁ ଆସିବ ବୋଲି ନିଜେ ଅକ୍ଷୟ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ‘ଗୁଡ୍‍ ନ୍ୟୁଜ୍‍’ ପ୍ରଥମେ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାର ଥିଲା। ଏବେ ଏହାର ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇଛି।
ଏଥିରେ ଅକ୍ଷୟ ଓ କରୀନା ପତି-ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଦିଲ୍‍ଜୀତ୍‍ ଦୋସାଂଝ୍‍ ଓ କିୟାରା ଆଡ଼ଭାନୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Comments are closed.