୨ ଲକ୍ଷ ଟଙ୍କା ଦେଇ ସୋରୁମ୍‌ରୁ ୧୮.୬ ଲକ୍ଷ ଟଙ୍କାର ଏସ୍‌ୟୁଭି ଗାଡି ନେଇ ଫେରାର

ବେଙ୍ଗାଲୁର . – ୨ ଲକ୍ଷ ଟଙ୍କା ଦେଇ ଜଣେ ବ୍ୟକ୍ତି ଏକ ସୋ ରୁମ୍‌ରୁ ୧୮.୬ ଲକ୍ଷ ଟଙ୍କାର ସ୍ପୋର୍ସ କାର ନେଇ ଫେରାର ହୋଇଯାଇଛି । ଏହି ଘଟଣା ବେଙ୍ଗାଲୁରରେ ଘଟିଛି । ବ୍ୟକ୍ତି ଜଣଙ୍କର ଏକ ସୋରୁମ୍‌କୁ ଆସି ଏକ ସ୍ପୋର୍ସ କାର କିଣିବା ପାଇଁ କହିଥିଲେ । ସେ ସବୁ କାର୍‌ ଦେଖିବା ପରେ ଗୋଟିଏ ଏସ୍‌ୟୁଭିକୁ କିଣିବା ପାଇଁ କହିଥିଲେ । ଏଥିପାଇଁ ୨ ଲକ୍ଷ ଟଙ୍କା ଜମା କରିଥିଲେ । କାର୍‌ରୁ ପୂଜା ପାଇଁ ସେ ରୁମ୍‌ ବାହାରକୁ ନେଉଛନ୍ତି ବୋଲି ଏହାର ପ୍ରବନ୍ଧକଙ୍କୁ କହିଥିଲେ ।

ପରେ ସେ ପୂଜା କରିବା ପାଇଁ ୧୮.୬ ଲକ୍ଷ ଟଙ୍କାର ଗାଡିକୁ ବାହାରକୁ ନେଇ ଆଇ ଫେରି ନଥିଲେ । ସେ ଯେଉଁ ଫୋନ୍‌ ନମ୍ବର ଦେଇଥିଲେ ସେଥିରେ କେହି ଫୋନ୍‌ କଲ୍‌ ଉଠାଉ ନାହାନ୍ତି । ପରେ ସୋ ରୁମ୍‌ର ପ୍ରବନ୍ଧକ ବାଧ୍ୟ ହୋଇ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ପୁଲିସ ଅଭିଯୁକ୍ତଙ୍କୁ ଦେଖି ତାଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ।  କାର ନେଇ ପଳାଇଥିବା ବ୍ୟକ୍ତିଙ୍କ ନାମ ଜୋଶେଫ୍‌ ବୋଲି ଜଣା ପଡିଛି । ଏହି ଘଟଣା ଜାନୁଆରୀ ୨୩ ତାରିଖରେ ଘଟିଥିଲେ ମଧ୍ୟ ଜୁନ୍‌ ୪ ତାରିଖରେ ଏବିଷୟରେ ଥାନାରେ ଅଭିଯୋଗ ହୋଇଥିଲା । ସୋରୁମ୍‌ କର୍ମଚାରୀ ଅଭିଯୁକ୍ତ ଠାରୁ ବାକି ଟଙ୍କା ଆଣିବାରେ ବିଫଳ ହେବାପରେ ଏହି ମାମଲା ରୁଜୁ କରିଥିବା ଜଣା ପଡିଛି ।
.

Comments are closed.