ଦୀପାବଳିରେ ଗୋମତୀ ଚକ୍ରର ବ୍ୟବହାର

0

ଗୋମତୀ ଚକ୍ର କୌଣସି ସାଧାରଣ ଚକ୍ର ନୁହେଁ। କୁହାଯାଇଛି ଯେ, ଏହି ଚକ୍ର ଗୋମତୀ ନଦୀର ତଳ ଭାଗରୁ ମିଳିଥାଏ। ତେଣୁ ଗୋମତୀ ନଦୀର ନାମାନୁସାରେ ଏହି ଚକ୍ରର ନାମ କରାଯାଇଛି। ଏହି ଚକ୍ରର ବ୍ୟବହାର ବିଭିନ୍ନ ପୂଜା ଓ ଅସାଧ୍ୟ ରୋଗ ପାଇଁ କରାଯାଇଥାଏ।

ଗୋମତୀ ଚକ୍ର ଏକ ବିଶେଷ ପ୍ରକାର ପଥର ଅଟେ। ଏଥିରେ ଗୋଟିଏ ପଟରେ ଚକ୍ର ଆକୃତି ରହିଥାଏ। ଦୀପାବଳିରେ ଗୋମତୀ ଚକ୍ରକୁ ବିଶେଷ ଭାବେ ପୂଜା କରାଯାଇଥାଏ। ହୋଲି ଓ ନବରାତ୍ରରେ ମଧ୍ୟ ଏହି ଚକ୍ର ପୂଜା କରିବା ଦ୍ବାରା ଅନେକ ଲାଭ ମିଳିଥାଏ।

ଗୋମତି ଚକ୍ରର ଲାଭ :

ମାନ୍ୟତା ରହିଛି ଯେ, ଅସାଧ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଏବଂ ମାନସିକ ଶାନ୍ତି ପାଇବା ପାଇଁ ଏହି ପଥର ଅତ୍ୟନ୍ତ ଉପଯୋଗୀ ଅଟେ। କୁହାଯାଇଛି ଯେ, ୧୦ଟି ଗୋମତୀ ଚକ୍ରକୁ ରାତି ସାରା ପାଣିରେ ବୁଡାଇ ରଖନ୍ତୁ। ସକାଳୁ ଉଠି ସେହି ପାଣି ପିଇବା ଦ୍ବାରା ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ଦୂର ହୋଇଥାଏ। ପୂଜା ସ୍ଥାନରେ ୧୧ଟି ଗୋମତୀ ଚକ୍ର ରଖନ୍ତୁ। ତା ସମ୍ମୁଖରେ ‘ଓଁ ଶ୍ରୀ ନମଃ’ ଜପ କରନ୍ତୁ। ଏପରି କରିବା ଦ୍ବାରା ଘରେ ଧନ ବୃଦ୍ଧି ହେବା ସହ ସମସ୍ତ କାର୍ଯ୍ୟରେ ମନ ଲାଗି ରୁହେ। ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ। ଗୋମତୀ ଚକ୍ରକୁ ଚାନ୍ଦି କିମ୍ବା ଅନ୍ୟ ଧାତୁର ଡବାରେ ସିନ୍ଦୁର ଓ ଅରୁଆ ଚାଉଳ (ଅକ୍ଷତ) ପକାଇ ରଖିବା ଦ୍ବାରା ଶୀଘ୍ର ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଦୀପାବଳିରେ ଗୋମତି ଚକ୍ର ପୂଜା :

ଦୀପାବଳିରେ ଗୋମତୀ ଚକ୍ରକୁ ବିଶେଷ ଭାବେ ପୂଜା କରାଯାଇଥାଏ। ଗୋମତୀ ଚକ୍ର ମା’ ଲକ୍ଷ୍ମୀଙ୍କ ସ୍ବରୂପ। ଏହି ଦିନ ଗୋମତୀ ଚକ୍ର ପୂଜା କରିବା ଦ୍ବାରା ବ୍ୟବସାୟୀଙ୍କୁ ବିଶେଷ ଲାଭ ମିଳିଥାଏ। ଘରେ ଧନର ଅଭାବ ରହୁଥିଲେ ଦୀପାବଳିରେ ଏହାକୁ ପୂଜା କରନ୍ତୁ। ପୂଜା ପାଇଁ ଦୁଇଟି ଧଳା ରଙ୍ଗର ଗୋମତୀ ଚକ୍ର ଆଣନ୍ତୁ। ତାହାକୁ ଘରର ମୁଖ୍ୟଦ୍ବାରରେ ଲଗାଇଥିବା ଦୀପର ତେଲରେ ପକାଇ ଦିଅନ୍ତୁ। ତାପରେ ମା’ ଲକ୍ଷ୍ମୀଙ୍କ ନିକଟରେ ଶ୍ରଦ୍ଧାର ସହ ପ୍ରାର୍ଥନା କରନ୍ତୁ। ଦୀପାବଳିର ପରଦିନ ଗୋମତୀ ଚକ୍ରକୁ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ। ଜ୍ୟୋତିଷଙ୍କ ଅନୁଯାୟୀ, ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା ସମୟରେ ଗୋମତୀ ଚକ୍ରର ବ୍ୟବହାର କରିବା ଦ୍ବାରା କୃପା ମିଳିଥାଏ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Leave A Reply