କାଜିରଙ୍ଗା ଜଙ୍ଗଲରେ ଦେଖାଯାଇଛି ଦେଶର ଦୁର୍ଲ୍ଲଭ ବାଘ

ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦୁର୍ଲ୍ଲଭ , ଦେଶର ପ୍ରଥମ ଓ ଗୋଟିଏ ସୁନେଲି ବାଘ ଦେଖାଯାଇଛି। ଜଣେ ଫଟୋ ଉଠାଉଥିବା ବ୍ୟକ୍ତି ବାଘଟିର ବନ୍ୟଜନ୍ତୁଙ୍କ ଫଟୋ ଉଠାଇବା ସମୟରେ (ୱାଇଲ୍ଡ ଲାଇଫ ଫଟୋଗ୍ରାଫି)ବାଘଟିର ଫଟୋ ଉଠାଇଥିଲେ। ଏହି ବାଘ ଟେବି ଟାଇଗର ବା ଷ୍ଟ୍ରାବେରୀ ଟାଇଗର ଭାବେ ଜଣା।
ଏହି ସୁନେଲି ବାଘର ଶରୀରରେ ଲାଲ ଓ ମାଟିଆ ଚିହ୍ନ ରହିଛି। ମାତ୍ର ସମ୍ପୂର୍ଣ୍ଣ ଶରୀର ସୁନେଲି ରଙ୍ଗ। ଏହି ରଙ୍ଗ କାରଣରୁ ହିଁ ଅନ୍ୟ ବାଘ ଠାରୁ ଏହି ବାଘ ଭିନ୍ନ ଦେଖାଯାଇଥାଏ। ଅନ୍ୟ ବାଘଙ୍କ ଶରୀରରେ ସାଧାରଣତଃ କଳାରଙ୍ଗର ଚିହ୍ନ ହୋଇଥାଏ।
ଜଣେ ଆଇଏଫଏସ ଅଧିକାରୀ ଏହି ର୍ଦୁଲ୍ଲଭ ଓ ସୁନ୍ଦର ବାଘଟିର ଫଟୋଟିକୁ ଟ୍ୱିଟରେ ସେୟାର କରିଥିବା ଜଣାପଡ଼ିଛି। ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଶୁଭକାମନା ଜଣାଇଥିଲେ କାରଣ ସେ ହିଁ ଏହି ବାଘଟିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ।
ମାତ୍ର ଦୁନିଆର କିଛି ଚିଡ଼ିଆଖାନାରେ ଏହି ବାଘ ଦେଖିବାକୁ ମିଳିଲେ ମଧ୍ୟ ଏପରି ଜଙ୍ଗଲରେ ବୁଲୁଥିବା ଅବସ୍ଥାରେ ଦେଖିବା ବିରଳ। ଏଭଳି ଏହି ବାଘ ଖୁବ କମ ଦୃଶ୍ୟମାନ ହୋଇଥାଆନ୍ତି।

Comments are closed.