ସୁନେଲି ରଙ୍ଗର ତ୍ୱଚା ପାଇଁ ଘରୋଇ ଉପାୟ

ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ବିଭିନ୍ନ ଉପାୟ ରହିଛି। ସେହିପରି ସୁନେଲି ରଙ୍ଗର ତ୍ୱଚା ପାଇଁ କିଛି ସହଜ ଉପାୟ ରହିଛି। ତ୍ୱଚା ପାଇଁ କଫିର ଫେସିଆଲ ଖୁବ ଲାଭଦାୟକ।
ସୁନେଲି ରଙ୍ଗର ତ୍ୱଚା ପାଇଁ ଫେସିଆଲ କରିବାର କିଛି ଉପାୟ ରହିଛି। ଫେସିଆଲ ପାଇଁ ପାର୍ଲର ଯିବା ସାଧାରଣ କଥା। ମାତ୍ର ଆପଣ ଘରେ ମଧ୍ୟ ଫେସିଆଲ କରି ପାରିବେ।
କଫି ତ୍ୱଚାର ରକ୍ତ ପ୍ରବାହ ସଠିକ ରଖିଥାଏ। ମୃତ କୋଷିକାକୁ ଦୂର କରି ମୁହଁକୁ ସଫା ରଖିଥାଏ।
ପ୍ରଥମେ କଞ୍ଚାକ୍ଷୀରରେ ମୁହଁକୁ ସଫା କରନ୍ତୁ। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ମୁହଁକୁ ସଫା କରିବାରେ ବେଶ ସହାୟକ ହୋଇଥାଏ।
ଏହାପରେ କଫି ଗୁଣ୍ଡରେ ନଡିଆ ତେଲ ମିଶାଇ ସ୍କ୍ରବ କରନ୍ତୁ। ସ୍କ୍ରବ ପରେ ମୁହଁ ଧୋଇ ଦିଅନ୍ତୁ।
ଏକ ଚାମଚ କଫି ଗୁଣ୍ଡରେ ୨ ଚାମଚ ଘିକୁଆରୀ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ମାଲିସ କରିବା ପରେ ମୁହଁ ଧୋଇ ଦିଅନ୍ତୁ।
କଫି ପାଉଡରରେ ଚାଉଳ ଗୁଣ୍ଡ ଓ ୧ ଚାମଚ ମହୁ ମିଶାଇ ଏହାକୁ ମୁହଁରେ ଲଗାଇ ୧୦ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
ଏବେ କଫି ଗୁଣ୍ଡରେ ମହୁ ମିଶାଇ ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ।
କଫିକୁ ବ୍ୟବହାର କରି ମଶ୍ଚୁରାଇଜର ପ୍ରସ୍ତୁତ କରି ପାରିବେ। ଏଥିପାଇଁ କଫି ଗୁଣ୍ଡରେ ନଡିଆ ତେଲ, ଘିକୁଆରୀ ରସ ମିଶାଇ ଏହାକୁ ଥଣ୍ଡା ସ୍ଥାନରେ ରଖି ବ୍ୟବହାର କରନ୍ତୁ।
ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାଇ ଶୁଅନ୍ତୁ ଓ ସକାଳେ ମୁହଁ ଧୋଇ ଦିଅନ୍ତୁ।

 

Comments are closed.