ଚା’କିଲୋ ୪୦ହଜାରରେ ବିକ୍ରି କରି ବିଶ୍ୱ ରେକର୍ଡ଼

0

ନୂଆଦିଲ୍ଲୀ: ଦେଶରେ ଚା’ର ଉତ୍ପାଦନ ଓ ଚାହିଦାକୁ ନେଇ ରେକର୍ଡ଼ ଭାଙ୍ଗିବା ଗଢିବା ଲାଗି ରହିଛି। ମାସେ ପୂର୍ବରୁ ଚା’ କିଲୋ ୩୯ହଜାର ଟଙ୍କାରେ ବିକ୍ରି କରି ବିଶ୍ୱ ରେକର୍ଡ଼ର ମାସେ ନପୂରୁଣୁ ଭିନ୍ନ ଏକ ପ୍ରଜାତିର ଚା’ ୪୦ହଜାରରେ ବିକ୍ରି ହୋଇ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛି।
ଆସାମ ଚା’ ଉତ୍ପାଦନ ପାଇଁ ଖ୍ୟାତି ଅର୍ଜନ କରିଥିବାବେଳେ ସମ୍ପ୍ରତ୍ତି ଅରୁଣାଚଳ ପ୍ରଦେଶ ଚା’ ଉତ୍ପାଦନରେ ଆସାମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗୌହାଟୀ ଟି ଅକ୍ସନ ସେଣ୍ଟର(ଜିଟିଏସି) ନାମକ ସଂସ୍ଥା ପୁଣି ଥରେ ରେକର୍ଡ଼ ମୂଲ୍ୟରେ ଚା’ ବିକ୍ରି କରି ବିଶ୍ୱ ରେକର୍ଡ଼ କରି୍‍ଥିଲା। ମାତ୍ର ଅରୁଣାଚଳପ୍ରଦେଶ ଦୋନ୍‍ୟ÷ ଟି ଏସେଟ ଦ୍ୱାରା ନିର୍ମିତ ଗୋଲଡେନ ନିଡିଲ୍ସ ଚା’ ଗୁରୁବାର ୪୦ହଜାର ମୂଲ୍ୟରେ ବିକ୍ରି ହୋଇଛି। ଗୌହାଟୀସ୍ଥିତ ସବୁଠାରୁ ପୁରୁଣା ଚା’ ଦୋକାନ “ଆସାମ ଟି ଟ୍ରେଡର୍ସ’ ଅରୁଣାଚଳର ଏହି ଗୋଲ୍ଡେନ ନିଡିଲ୍ସକୁ ୪୦ହଜାର ଟଙ୍କାରେ କ୍ରୟ କରି ବିଶ୍ୱ ରେକର୍ଡ଼ କରିଛି। ଉକ୍ତ ବ୍ୟବସାୟୀ ୧କିଲୋ ୧୦୦ଗ୍ରାମ ଚା’ କିଣିଥିଲେ। ଗୋଲ୍ଡେନ ନିଡିଲ୍ସ ପୂର୍ବରୁ ଅନଲାଇନରେ ୧୮ହଜାର ଟଙ୍କାରେ ବିକ୍ରି ହୋଇଥିଲା।
ଗୋଲ୍ଡେନ ନିଡିଲ୍ସ ଚା’ ନିର୍ମାଣ ଶୈଳୀ ବେଶ୍‍ ନିଆରା। ଚା’ ଗଛର କେବଳ ଅଙ୍କୁରିତ ପତ୍ରକୁ ଗୋଲ୍ଡେନ ନିଡିଲ୍ସ ଚା’ ଭାବେ ଚିହ୍ନଟ କରାଯାଇ ଥାଏ। ଅରୁଣାଚଳର ପୂର୍ବ ଭାଗ କ୍ଷେତ୍ର ତଥା ଚୀନରେ ସର୍ବପ୍ରଥମେ ଏଭଳି ଚା’ର ଉତ୍ପାଦନ କରାଯାଇ ଥିଲା। ପରବର୍ତ୍ତୀ ସମୟରେ ଏହାର ଚାହିଦା ବିଶ୍ୱ ଦରବାରରେ ବଢିବାରେ ଲାଗିଲା। ଗୋଲ୍ଡେନ ନିଡିଲ୍ସର ବାସ୍ନା ବେଶ୍‍ ସୁନ୍ଦର ହେବା ସହ ଏହାର ସ୍ୱାଦ ନିଆରା। ଏଭଳି ଚା’ର ଉତ୍ପାଦନ ପାଇଁ ସ୍ୱତନ୍ତ୍ର ପ୍ରଣାଳୀ ଓ ପାଣିପାଗର ଆବଶ୍ୟକତା ପଡ଼ିଥାଏ। ତେଣୁ ଦିନକୁ କେବଳ ୮୦ଗ୍ରାମ ଚା’ ଉତ୍ପାଦନ କରିହୁଏ।

Leave A Reply